www.samajalive.in
Tuesday, December 9, 2025
16.1 C
Bhubaneswar

କାର-ବାଇକ ମୁହାଁମୁହିଁ ଧକ୍କା ,୧ ମୃତ,୧ ଗୁରୁତର

କେନ୍ଦୁଝର : କେନ୍ଦୁଝର ସଦର ଥାନା ସାମ୍ନାରେ କାର-ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି।  ଗୁରୁବାର ଦିନ ପ୍ରାୟ ୪ଟା ସମୟରେ ରିମୁଳିଆରୁ କେନ୍ଦୁଝର ଆସୁଥିବାବେଳେ ଜାତୀୟ ରାଜପଥ-୨୦ର କେନ୍ଦୁଝର ସଦର ଥାନା ସାମ୍ନାରେ ଘଟିଥିବା ଦୁର୍ଘଟଣାରେ ବାଇକ୍ ଆରୋହୀ ସୀତାରାମ ପାତ୍ର(୬୫) ମୃତ୍ୟୁବରଣ କରିଛନ୍ତି। ତାଙ୍କ ଘର କେନ୍ଦୁଝର ଶଙ୍କରପୁର ନିକଟସ୍ଥ ନେଲୁଙ୍ଗ ବୋଲି ଜଣାପଡିଛି।

ବାଇକ୍ ଚାଳକ ଶିବନାଥ ପାତ୍ର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ଆହତଙ୍କ ଘର ଶଙ୍କିରିି ବୋଲି ଜଣାପଡିଛି।

- Advertisement -

ପ୍ରକାଶ ଯୋଗ୍ୟ ଯେ, ପାଲ ମୁଭରର୍ସ ପାଖରୁ ରାଇସୁଆଁ ଆଡକୁ ଆସିବା ପାଇଁ ସର୍ଭିସ ରୋଡ  ନାହିଁ। ଫଳରେ ପଦ୍ମପୁର ଆଡୁ ରାଇସୁଆଁ ଆଡକୁ ଆସୁଥିବା ଗାଡି ମୋଟର ଗୁଡିକ ଥାନା ସମ୍ମୁଖରୁ ବାଧ୍ୟ ହୋଇ ଡାହାଣ ପଟରେ ଆସୁଛନ୍ତି। ତେଣୁ ବାରମ୍ବାର ଏଭଳି ଦୂର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଲୋକେ ବାରମ୍ବାର ଏ ସପର୍କରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ରାସ୍ତା କାମ ଆଦୌ ହେଉନାହିଁ। ଜିଲା ପ୍ରଶାସନ ମଧ୍ୟ ଏବାବଦରେ କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ତେଣୁ ଅସନ୍ତୋଷ ବଢି ଚାଲିଛି। ଦୂର୍ଘଟଣା ସଂପର୍କରେ ଖବର ପାଇ ସଦର ପୁଲିସ ଦୂର୍ଘଟଣାଗ୍ରସ୍ତ ଉଭୟଗାଡି ଜବତ୍‍ କରିଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories