www.samajalive.in
Wednesday, December 10, 2025
23.1 C
Bhubaneswar

ବାଣିଜ୍ୟ ଓ ପରିବହନ ବିଭାଗର ଅନ୍‌ଲାଇନ୍‌ ସେବା ‘ବିମ୍‌ସ’ ଲୋକାର୍ପିତ

ଭୁବନେଶ୍ୱର: ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଅନ୍ତର୍ଦେଶୀୟ ଜଳପଥରେ
ପରିଚାଳିତ ସମସ୍ତ ବୋଟ୍‌ ପଞ୍ଜୀକରଣ ଓ ନବୀକରଣର ଅନ୍‌ଲାଇନ୍‌ ବ୍ୟବସ୍ଥା ବୋଟ୍‌ ଇନ୍‌ଫରମେସନ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ (ବିମ୍‌ସ)ର ଲୋକାର୍ପଣ କରିଛନ୍ତି। ଖାରବେଳ ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ
ବେହେରା ଏହି ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ଯେ ରାଜ୍ୟର ଅନ୍ତର୍ଦେଶୀୟ ଜଳପଥରେ ନିରାପଦ ଯାତ୍ରା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ବୋଟ୍‌ ରୁଲସ୍‌-୨୦୦୪ ପ୍ରଣୟନ କରିଛନ୍ତି। ଏହି ଅନୁଯାୟୀ ବର୍ତ୍ତମାନ ମାନୁଆଲ୍‌ ପଦ୍ଧତିରେ ବୋଟ୍‌ ପଞ୍ଜୀକରଣ କାର୍ଯ୍ୟ ସଂପାଦନ ହେଉଛି। ମାନୁଆଲ୍‌ ପଦ୍ଧତି ଦ୍ୱାରା ଲୋକମାନେ ଅନେକ ଅସୁବିଧାର
ସମ୍ମୁଖୀନ ହେଉଥିଲେ। ଅନ୍‌ଲାଇନ୍‌ ପଦ୍ଧତି ‘ବିମସ୍‌’ ଦ୍ୱାରା ମାଲିକମାନେ ନିଜ ଘରେ ରହି ସେମାନଙ୍କର ବୋଟଗୁଡ଼ିକର ପଞ୍ଜୀକରଣ, ନବୀକରଣ, ଲାଇସେନ୍ସ ଆଦି ସେବା ସହଜରେ ଅନ୍‌ଲାଇନ୍‌ରେ ପାଇପାରିବେ।

 

- Advertisement -

ବୋଟ ପଞ୍ଜୀକରଣ ଓ ନବୀକରଣ ପ୍ରକ୍ରିୟାର ସମସ୍ତ ସୂଚନା ସେମାନେ ନିଜ ମୋବାଇଲ୍‌ରେ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଆଜି ସେ ଜଣଙ୍କୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ୫-‘ଟି’ ପ୍ରକ୍ରିୟା କ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଏନ୍‌ଏସ୍‌ଆଇସିଙ୍କ ସହଯୋଗରେ ବିକଶିତ କରାଯାଇଛି। ‘ବିମସ୍‌’ ଦ୍ୱାରା ବୋଟର ସମସ୍ତ ତଥ୍ୟ ଗୋଟିଏ ବ୍ୟବସ୍ଥାରେ ଏକତ୍ରିତ କରାଯାଇପାରିବ। ଏହା ଦ୍ୱାରା ଯେକୌଣସି ବୋଟ୍‌ର ତଥ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଜନତା ସହଜରେ ପାଇପାରିବେ। ଏହାକୁ ଜିଲା ଅଧିକାରୀମାନେ ବ୍ୟବହାର କରି ବ୍ୟବସ୍ଥାର ଉନ୍ନତି ଆଣିପାରିବେ। ଏହି ଆପ୍ଲିକେସନ୍‌ ଦ୍ୱାରା ବୋଟର ପଞ୍ଜୀକରଣ ଓ ନବୀକରଣର ବୈଧତା ସରିବା ପୂର୍ବରୁ ବୋଟ୍‌ ମାଲିକମାନଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସତର୍କ କରାଯାଇପାରିବ। ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଅନ୍‌ଲାଇନ୍‌ ସେବାକୁ ଭବିଷ୍ୟତରେ ଅଧିକ ସଂପ୍ରସାରିତ କରାଯିବ ବୋଲି ସେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଲକ୍ଷ୍ମୀଧର ବେହେରା, ନିର୍ଦେଶକ, ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ, ପଦ୍ମଲୋଚନ ରାଉଳ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନମୋହନ ବାରିକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଦେବଦତ୍ତା ଜେନା, ଏନ୍‌ଏସ୍‌ଆଇସିର କର୍ମକର୍ତ୍ତା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories