www.samajalive.in
Monday, December 8, 2025
27.1 C
Bhubaneswar

ସିବିଆଇ ୨୦୨୦ରେ ଫଇସଲା କରିଛି ୮ଶହ ମାମଲା

ସିବିଆଇ ନିର୍ଦ୍ଦେଶକ ରିଷି କୁମାର ଶୁକ୍ଲା କହିଛନ୍ତି, କୋଭିଡ-୧୯ ସତ୍ତ୍ବେ ସିବିଆଇ ୨୦୨୦ରେ ପ୍ରାୟ ୮୦୦ ମାମଲାର ଫଇସଲା କରିଛି। ନୂଆବର୍ଷ ଅବସରରେ ଦେଶର ସିବିଆଇ ଅଫିସରମାନଙ୍କୁ ଭର୍ଚୁଆଲ୍‍ ମାଧ୍ୟମରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, ଅଫିସର୍‍ମାନଙ୍କ ସହଯୋଗ ଦ୍ୱାରା ସିବିଆଇ ଅଧିକ ସଂଖ୍ୟକ ମାମଲାର ଫଇସଲା କରିପାରିଛି। ଆଗାମୀ ଦିନଗୁଡ଼ିକରେ ଆମକୁ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଶ୍ରୀ ଶୁକ୍ଲା କହିଛନ୍ତି।

ଅଫିସରମାନେ ତାଲିମ୍‍ ମାଧ୍ୟମରେ ସର୍ବଦା ଅତ୍ୟାଧୁନିକ ତଦନ୍ତ ବ୍ୟବସ୍ଥା ସହ ନିଜକୁ ଖାପ ଖୁଆଇବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। କୋଭିଡ-୧୯ ପାଇଁ କଟକଣା ଥିବା ଦୃଷ୍ଟିରୁ ଅନ୍‍ଲାଇନ୍‍ ମାଧ୍ୟମରେ ନୂଆ ତଥା ଅତ୍ୟାଧୁନିକ ତାଲିମ୍‍ମାନ ଦିଆଯାଉଥିବା ଶ୍ରୀ ଶୁକ୍ଲା ଜଣାଇଛନ୍ତି। ତଦାରଖକାରୀ ଅଫିସରମାନେ ତଦନ୍ତ କାର୍ଯ୍ୟରେ ଜଡ଼ିତ ହେବାକୁ ନୂଆବର୍ଷରେ ସଂକଳ୍ପବଦ୍ଧ ହେବା ଲାଗି ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ସେମାନେ ସର୍ବାଧୁନିକ ତଦନ୍ତ ପଦ୍ଧତି ବିଷୟରେ ଅବଗତ ହୋଇପାରିବେ। ଶ୍ରୀ ଶୁକ୍ଲା କହିଛନ୍ତି, ଏଇ କିଛିଦିନ ଭିତରେ ଅନେକ ବଡ଼ବଡ଼ ବ୍ୟାଙ୍କ୍‍ ଜାଲିଆତି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏହି ମାମଲା ଗୁଡ଼ିକୁ ସିବିଆଇ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories