ଅତଡ଼ା ଖସି ବୈଷ୍ଣୋଦେବୀ ଯାତ୍ରୀ ମୃତ

0

ଜାମ୍ମୁ : ଜାମ୍ମୁ କାଶ୍ମୀରର କଟରା ସହର ଅନ୍ତର୍ଗତ ତ୍ରିକୁଟ ପର୍ବତରେ ଅବସ୍ଥିତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ପାହାଡରୁ ଅତଡା ଖସିବା ଫଳରେ ଜଣେ ମହିଳା ଯାତ୍ରୀ ପ୍ରାଣ ହରାଇଛନ୍ତି। ଆଗ୍ରା ନିବାସୀ ଏହି ମହିଳା ଜଣକ ମାତାଙ୍କ ଦର୍ଶନ ନିମନ୍ତେ ଶନିବାର ସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ପାହାଡ ଚଢୁଥିବାବେଳେ ହିମକୋଟି ନିକଟରେ ହଠାତ୍‌ ନିକଟସ୍ଥ ପାହାଡରୁ ଏକ ବିରାଟ ପଥରଖଣ୍ଡ ତାଙ୍କ ଉପରେ ପଡିବା ଫଳରେ ତାଙ୍କର ମୁଣ୍ଡ, ଛାତି ଓ ଗୋଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply