www.samajalive.in
Monday, December 8, 2025
16.1 C
Bhubaneswar

ସ୍କାନରରେ ‘କୋଟିପତି’: ମାସକରେ ଛନ୍ଦି ହେଲେଣି ୬, ଜେଲ୍ ଯାଇଛନ୍ତି ୨

ବଲାଙ୍ଗିର : କୋଭିଡ-୧୯ ପାଇଁ ହାତ ବାନ୍ଧି ବସିଥିଲା ଭିଜିଲାନ୍ସ। ପ୍ରାୟ ୫ ମାସ ଚୁପ୍ ରହିବା ପରେ ବର୍ଷ ଶେଷରେ ପୂରା ଏକ୍ସନ ମୁଡକୁ ଆସିଛି। ଜାଲ ପକାଇ ମାଛ ଧରିଲା ଭଳି ସମୟ ବ୍ୟବଧାନରେ କୋଟିପତିଙ୍କ ଘରେ ଚଢଉ କରାଯାଉଛି। ଜଣଙ୍କ ପରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ହାବୁଡରେ ପଡିଥିବା ବେଳେ ଭିଜିଲାନ୍ସର ଗତିବିଧିକୁ ଦେଖି ତରକି ଗଲେଣି ଆୟଠାରୁ ଅଧିକ ସମ୍ପତ୍ତି ରଖି ସାହେବ ପାଲଟିଥିବା ବାବୁମାନେ।

ତରଭା ତହସିଲଦାର ସୁବ୍ରତ ବେହେରା। ସାର୍ ଲାଞ୍ଚ ନେବା ପାଇଁ ହାଁ ହାଁ ହେଉଥିଲେ। ଆଗ ପଛ ନଭାବି ଖୋଲା ହସ୍ତରେ ଟଙ୍କା ଉଠାଇବା ବେଳକୁ ଛନ୍ଦି ହେଇଗଲେ ଭିଜିଲାନ୍ସ ଜାଲରେ। ତା’ପରେ ଭିଜିଲାନ୍ସ ଓ କୋଟିପତିଙ୍କ କବାଡି ଖେଳ ଚାଲିଛି ଗଲା ମାସେ ହେଲା। ନିୟମିତ ବ୍ୟବଧାନରେ ଚଢଉ ହେଉଛି। ଆଜି ବଲାଙ୍ଗିର ତ ପୁଣି କାଲି ଟିଟିଲାଗଡ, ନହେଲେ ସୋନପୁର, ବରଗଡ ଜିଲାରେ ହେଉଛି ଚଢଉ। ଭୋର ଭୋର ପହଞ୍ଚି ଯାଉଛନ୍ତି ଭିଜିଲାନ୍ସ ଟିମ୍ ସଦଳବଳ। ଘେରି ଯାଉଛନ୍ତି ଚାରି ପଟୁ। ଚିନ୍ତା କରିବାର କି ଖସିଯିବାର ସୁଯୋଗ ନାହିଁ। ଏହିକ୍ରମରେ ଦେଓଗାଁ ବ୍ଲକ ଜେଇ ଗିରିଶ ଚନ୍ଦ୍ର ପାତ୍ରଙ୍କ ବଲାଙ୍ଗିର ଆଦର୍ଶପଡ଼ା ସ୍ଥିତ ଘରେ ଗଡ ନଭେମ୍ବର ୨୫ ତାରିଖରେ ପଶିଥିଲା ଭିଜିଲାନ୍ସ। କୋଟିଏ ପାରେଇ ଯାଇଥିଲା ସଂପତ୍ତି ହିସାବ। ଏହାପରେ ୩ ଡିସେମ୍ବରରେ ମୁରିବାହାଲ ବନ ବିଭାଗ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଟିଟିଲାଗଡ ଘର, ଫାର୍ମା ହାଉସ୍ ଦେଖି ଭିଜିଲାନ୍ସ ବାବୁମାନଙ୍କ ଆଖି ଖୋସି ହୋଇଗଲା। ଶାଗୁଆନ କାଠ ଗଣ୍ଡିରେ ଚେୟାର, ବେଆଇନ ଭାବେ ଇଟାଭାଟି, ଘରେ ମୂଲ୍ୟବାନ କାଠରେ ସମସ୍ତ ଆସବାବପତ୍ର ଦେଖି ତାଜୁବ ହୋଇଥିଲେ। ତେବେ ତାଙ୍କ ଚାରି ଚକିଆ ଦେଖି ସନ୍ଦେହ ବଢିଥିଲା। ରେଞ୍ଜର ଶ୍ରୀ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ। ଗତ ୨୧ ତାରିଖରେ ରାଜେନ୍ଦ୍ର କଲେଜ ଛକରେ ଥିବା ଟାଉନ୍ ପ୍ଲାନିଂ ଅଫିସ୍‌ର ନକ୍ସା ଅଙ୍କନକାରୀ ଜୀବଦିଶ ପାତ୍ରଙ୍କ ଘରେ, ବିଡିସିସି ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ନେଇ ଖୋଳତାଡ କରିଥିଲା ଭିଜିଲାନ୍ସ।

- Advertisement -

କେବଳ ସେତିକି ନୁହେଁ, ବଲାଙ୍ଗିର ତମିଆଁ-ମୁଲଦସର ବ୍ରିଜ୍ ଭଙ୍ଗା ମାମଲାରେ ଟେକ୍ନିକାଲ ଟିମ୍ ଆସି ଯାଞ୍ଚ କରିଥିବା ବେଳେ କୋଟିପତି ବନ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବଲାଙ୍ଗିର ଲିଙ୍କକୁ ନେଇ କେନ୍ଦୁପତ୍ର  ବିଭାଗ କାର୍ଯ୍ୟାଳୟରେ ଆକାଉଣ୍ଟ, ଯୋଜନା, ଟଙ୍କା ବିନିମୟ ଭଳି ବହୁ ଦସ୍ତାବେଜ ଯାଞ୍ଚ କରିବା ସହ ଭେରିଫାଏ କରିବା ପାଇଁ ଆଣିଥିଲା ଭିଜିଲାନ୍ସ। ସେହିପରି ବଲାଙ୍ଗିର ସଦର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କୋଟିଏ ୭୧ ଲକ୍ଷ ଟଙ୍କାର ହେରଫେର ମାମଲାରେ ଅଭିଯୁକ୍ତ ନିଲମ୍ବିତ କିରାଣୀ ପ୍ରମୋଦ ରଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ଭିଜିଲାନ୍ସ। ଅନୁରୂପ ଭାବେ ବୁଧବାର ବି ଚଢଉ ହୋଇଥିବା ବେଳେ ଗୁରୁବାର ବି ଚଢଉ ହେବାର ସୂଚନା ରହିଛି। ତେବେ ଭିଜିଲାନ୍ସର ଏକ୍ସନ ଓ ରିଏକ୍ସନକୁ ଦେଖି କଳା ବେପାରୀ କୋଟିପତି ସରକାରୀ ବାବୁ, ବାବୁଆଣି ଛାନିଆ ହେଲେଣି। କେତେବେଳେ ସେମାନଙ୍କ ଘରେ ଚଢଉ ହୋଇପାରେ ବୋଲି ନିଦ ହଜିଗଲାଣି। ଅନ୍ୟପଟେ କଟକଣା ଯୋଗୁଁ ଅନେକ ମାମଲା ପଡି ରହିଥିବାରୁ ପୁରୁଣା ହିସାବ ବର୍ଷ ଶେଷରେ ଚୁକ୍ତା କରୁଛୁ ବୋଲି ଜଣେ ଅଧିକାରୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories