www.samajalive.in
Sunday, December 14, 2025
16.1 C
Bhubaneswar

୪ ଶହ କଫ ସିରପ ଜବତ, ଦୁଇ କୋର୍ଟ ଚାଲାଣ

ଲାଠୋର : ବଲାଙ୍ଗିର ଜିଲା ଲାଠୋର ପୁଲିସ ବାହାରକୁ ଚାଲାଣ ହୋଇଥିବା ୪ ଶହ କଫ ସିରପ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏଥିରେ ବ୍ୟବହୃତ ବାଇକ ମଧ୍ୟ ଜବତ କରାଯାଇଛି।

ନୂଆପଡା ଜିଲା ବୋଡେନ ଗ୍ରାମର ଗଙ୍ଗାଧର ନାଗ (୩୦) ଓ କୋମନାର ଟୁନା ବେମାଲ (୩୨) ଏକ ଟିଭିଏସ ଆପାଚି ବାଇକ ନମ୍ବର ଓଡି-୨୬-ଡି-୩୪୬୩ ଯୋଗେ ବଲାଙ୍ଗିର ଜିଲା ପାଟଣାଗଡରୁ ୪ ଶହ କଫ ସିରପ ବୋତଲ ବାଇକରେ ବୋଝେଇ କରି କୋମନା ନେଉଥିଲେ। ଲାଠୋର ପୁଲିସ କୌଣସି ସୂତ୍ରରୁ ଖବର ପାଇ ତାଙ୍କର ପିଛା କରି ମସିଣା ଛକ ନିକଟରେ କାବୁ କରିଥିଲା। ଚାଲାଣ ହେଉଥିବା କଫ ସିରପ ସହ ଯୁବକମାନଙ୍କୁ ଥାନାକୁ ଆଣିଥିଲେ। ଖପ୍ରାଖୋଲ ତହସିଲଦାର ଧିରଜ କୁମାର ପାତ୍ର ମାଜିଷ୍ଟ୍ରେଟ ଭାବେ ଆସି ପୁଲିସ ସମ୍ମୁଖରେ ଜବତ କରାଯାଇଥିବା କଫ ସିରଫକୁ ଗଣିଲା ପରେ ସିଲ୍ କରାଯାଇଥିଲା। ଏନେଇ ଲାଠୋର ଥାନାରେ କେସ ନମ୍ବର ୧୬୯/୨୦ ରେ ଦଫା ୨୧(ବି) ଏନ୍‌ଡିପିଏସ୍‌ରେ ଏକ ମାମଲା ରୁଜୁ କରି ଦୁଇ ଜଣ ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories