www.samajalive.in
Saturday, December 6, 2025
15.1 C
Bhubaneswar

ପଞ୍ଜାବରେ ୧୫୦୦ ମୋବାଇଲ ଟାୱାର ଅଚଳ କଲେଣି ଚାଷୀ

ଚଣ୍ଡୀଗଡ଼: କୃଷି ଆଇନ ବିରୋଧରେ ପଞ୍ଜାବରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହାକୁ ଅଧିକ ତୀବ୍ର କରିବା ଲାଗି ଚାଷୀମାନେ ଆକ୍ରୋଶମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସରକାର ଦାବି ଶୁଣୁ ନ ଥିବାରୁ ଆନ୍ଦୋଳନରତ କୃଷକ ଏବେ ମୋବାଇଲ ଫୋନ୍‌ ଟାୱାରକୁ ଟାର୍ଗେଟ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କୃଷକମାନେ ରାଜ୍ୟରେ ଥିବା ଜିଓ କମ୍ପାନୀର ୯୦ଟି ମୋବାଇଲ୍‌ ଟାୱାରରୁ ସଂଯୋଗ କାଟିଦେଇଛନ୍ତି।

୨ ଦିନ ମଧ୍ୟରେ ସେମାନେ ୧୫୦୦ ଜିଓ ମୋବାଇଲ ଟାୱାରକୁ କ୍ଷତିଗ୍ରସ୍ତ କରିଛନ୍ତି। ଫଳରେ ଜିଓ ମୋବାଇଲ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଚାଷୀମାନେ ମୋବାଇଲ ଟାୱାରକୁ କ୍ଷତି ନ ପହଞ୍ଚାଇବା ଲାଗି ନିକଟରେ ଟେଲିକମ୍‌ କମ୍ପାନୀଗୁଡ଼ିକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନିବେଦନ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଅନୁରୋଧ କରି ମୋବାଇଲ ଟାୱାରଗୁଡ଼ିକୁ କ୍ଷତିଗ୍ରସ୍ତ ନ କରିବା ପାଇଁ କହିଛନ୍ତି। କିନ୍ତୁ ଏହା ସତ୍ବେ ଚାଷୀମାନେ ଟାୱାରଗୁଡ଼ିକୁ କ୍ଷତିଗ୍ରସ୍ତ କରିଛନ୍ତି।

- Advertisement -

ଗତ ସୋମବାର ଚାଷୀମାନେ ଜଳନ୍ଧର ସହିତ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ଥିବା ଜିଓ କମ୍ପାନୀର ୯୦ ଟାୱାରରୁ ସଂଯୋଗ କାଟି ଦେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସକୁ ଟାୱାର ନଷ୍ଟ କରୁଥିବା ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି। ଚାଷୀମାନେ କେବଳ ଟାୱାରରୁ ସଂଯୋଗ କାଟୁ ନାହାନ୍ତି, ବରଂ ଟାୱାର ପାଇଁ କମ୍ପାନୀ ପକ୍ଷରୁ ନିୟୋଜିତ ସୁରକ୍ଷା କର୍ମୀମାନଙ୍କୁ ବି ମାରପିଟ୍‌ କରୁଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଜିଓର ମୋଟ ୯୦୦୦ ଟାୱାର ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୫୦୦ ଟାୱାରକୁ ଚାଷୀମାନେ ଅଚଳ କରିଦେଇଛନ୍ତି।

ଏହା ଫଳରେ ୧୨ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ମୋବାଇଲ ସେବା ଠପ୍‌ ହୋଇଯାଇଥିବା ଟାୱାର ଆଣ୍ଡ ଇନଫ୍ରାଷ୍ଟ୍ରକ୍‌ଚର ପ୍ରୋଭାଇଡର୍ସ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories