www.samajalive.in
Saturday, December 6, 2025
14.1 C
Bhubaneswar

ଭାରତରେ ପହଞ୍ଚିଲା କରୋନାର ନୂଆ ଷ୍ଟ୍ରେନ; ୬ ବ୍ରିଟେନ ଫେରନ୍ତା ସଂକ୍ରମିତ

ନୂଆଦିଲ୍ଲୀ: ଶେଷରେ ଭାରତରେ ପହଞ୍ଚିଛି ବ୍ରିଟେନରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଷ୍ଟ୍ରେନ। ଏହା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତାରେ ପଡ଼ିଛି। ୬ ବ୍ରିଟେନ ଫେରନ୍ତାଙ୍କ ନିକଟରେ ଏହି ନୂଆ ଷ୍ଟ୍ରେନ ଠାବ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ  ଆଇସୋଲେଟ କରି ରଖାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ନମୁନା ବେଙ୍ଗାଲୁରୁର ନିମହାନ୍‌ସରେ, ୨ ଜଣଙ୍କ ନମୁନା ହାଇଦ୍ରାବାଦର ସିସିଏମବି ଏବଂ ଅନ୍ୟ ଜଣଙ୍କ ନମୁନା ପୁଣେର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି)ରେ ପରୀକ୍ଷା କରାଯାଇଥିଲା। ଏସବୁ ନମୁନାରେ ନୂଆ ଷ୍ଟ୍ରେନ ଥିବା ଚିହ୍ନଟ ହୋଇଛି।

- Advertisement -

ଗତ ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ପ୍ରାୟ ୩୩ ହଜାର ଯାତ୍ରୀ ବ୍ରିଟେନରୁ ଆସି ବିଭିନ୍ନ ଭାରତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ଦ୍ବାରା ଏହି ସବୁ ଯାତ୍ରୀମାନଙ୍କୁ ଟ୍ରେସ୍‌ କରାଯିବା ସହିତ ଆର ଆରଟି-ପିସିଆର ପରୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୧୪ ବ୍ରିଟେନ ଫେରନ୍ତା କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୬ ଜଣଙ୍କଠାରେ ନୂଆ ଷ୍ଟ୍ରେନ ଥିବା ସୂଚନା ମିଳିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଠାବ ହେବା ପରଠାରୁ ସେଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏହି ଦେଶରେ ୩୦ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ବ୍ରିଟେନ ସରକାର ଚିନ୍ତାରେ ପଡ଼ିଛନ୍ତି। ଏହି ନୂଆ ଷ୍ଟ୍ରେନ ପୂର୍ବ ଭୂତାଣୁ ତୁଳନାରେ ୭୦% ଅଧିକ ସଂକ୍ରାମକ ହୋଇଥିବାରୁ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories