www.samajalive.in
Saturday, December 6, 2025
26.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ଆତ୍ମହତ୍ୟାର ସିଧା ପ୍ରସାରଣ

ଗୁରଗାଓଁ : ସାମାଜିକ ଗଣମାଧ୍ୟମରେ ସୋମବାର ହୋଇଥିଲା ଏକ ଆତ୍ମହତ୍ୟା ଘଟଣାର ସିଧା ପ୍ରସାରଣ। ଏହି ସିଧା ପ୍ରସାରଣକୁ ଦେଖିଥିଲେ ୨୦୦୦ରୁ ଊର୍ଦ୍ଧ୍ବ ଦର୍ଶକ। ଦର୍ଶକଙ୍କ ମଧ୍ୟରେ ଥିଲେ ଆତ୍ମହତ୍ୟାକାରୀଙ୍କ ବନ୍ଧୁ ପରିଜନ। ଅଥଚ କେହି ଆତ୍ମହତ୍ୟାକାରୀଙ୍କ ଜୀବନ ରକ୍ଷା କରିପାରିଲେ ନାହିଁ। ଆତ୍ମହତ୍ୟାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ଖୁବ୍‍ ନିରାଶ ଓ ଅବସାଦଗ୍ରସ୍ତ ଜଣାପଡୁ ଥିଲେ ଆତ୍ମହତ୍ୟା କରୁଥିବା ୨୮ ବର୍ଷ ବୟସ୍କ ଯୁବକ ଅମିତ୍‍। ହରିୟାଣାର ଗୁରଗାଓଁ ଅନ୍ତର୍ଗତ ହେଲି ମଣ୍ଡିରେ ତାଙ୍କ ଘର। ପତ୍ନୀଙ୍କ ସହିତ କଳହକୁ କେନ୍ଦ୍ର କରି ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ପୁଲିସ ପିଆର୍‍ଓ ସୁଭାଷ ବୋକେନ ପ୍ରକାଶ କରିଛନ୍ତି। ପଣ୍ଡିତ୍‍ ଭାଗବତ ଦୟାଲ ଶର୍ମା ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଗତ କିଛି ମାସ ହେବ ତାଙ୍କୁ ଯେଭଳି ବ୍ୟବହାର କରାଯାଉଥିଲା ସେଥିରେ ଅମିତ୍‍ ଅବସାଦଗ୍ରସ୍ତ ଥିଲେ। ପତ୍ନୀଙ୍କ ସହିତ ମନାନ୍ତର ଘଟଣା ତାଙ୍କୁ ଖୁବ୍‍ ବ୍ୟଥିତ କରିଥିଲା। ଫେସ୍‍ବୁକ୍‍ ଅନ୍‍ କରି ସିଧା ପ୍ରସାରଣ ଆରମ୍ଭ କରିଥିଲେ ସେ। ଘରର ଛାତରେ ଥିବା ଫ୍ୟାନ୍‍ରେ ସେ ଫାଶି ଲଗାଇବାକୁ ଯାଉଥିଲାବେଳେ ଏହାର ସିଧାପ୍ରସାରଣ କରୁଥିବା ଦେଖି ବନ୍ଧୁ ପରିଜନ ତାଙ୍କ ସହ ଅନ୍‍ଲାଇନ୍‍ ସମ୍ପର୍କ କରିଥିଲେ। ସେମାନେ ତାଙ୍କୁ ବୁଝାଇବାକୁ ଅନେକ୍‍ ପ୍ରୟାସ କରିଥିଲେ। ମାତ୍ର ସେସବୁ ବିଫଳ ହୋଇଥିଲା। ଝୁଲିପଡିଥିଲେ ଅମିତ୍‍। ଚାହୁଁଚାହୁଁ ତାଙ୍କ ଶରୀର ନିଶ୍ଚଳ ହୋଇପଡିଥିଲା। ପୁଲିସ ଅମିତ୍‍ଙ୍କ ଘରେ ପହଞ୍ଚିବା ବେଳକୁ ପରିବାର ଲୋକେ ତାଙ୍କ ଶବସତ୍କାର କରିଦେଇଥିଲେ। ପୁଲିସକୁ ଖବର ନ ଦେଇ ଅମିତ୍‍ଙ୍କ ଅନ୍ତିମ ସଂସ୍କାର କରାଯାଇଥିବାରୁ ତାହା ଉପରେ ମଧ୍ୟ ତଦନ୍ତ ଜାରି ରହିଥିବା ପୁଲିସ କହିଛି। କିଛି ଦିନ ପୂର୍ବେ ପଶ୍ଚିମବଙ୍ଗର ସିଲିଗୁଡିଠାରେ ଅରିନ୍ଦମ ଦତ୍ତ ନାମକ ଜଣେ ବ୍ୟକ୍ତ ଠିକ୍‍ ଏହିଭଳି ଢଙ୍ଗରେ ଆତ୍ମହତ୍ୟା କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories