www.samajalive.in
Monday, December 8, 2025
27.1 C
Bhubaneswar

ମହିଳାଙ୍କ ବିରୋଧରେ ଆସିବ ନାହିଁ ବ୍ୟଭିଚାର ଅଭିଯୋଗ

ନୂଆଦିଲ୍ଲୀ : ମହିଳାଙ୍କ ବିରୋଧରେ ବ୍ୟଭିଚାର (ବିବାହ ପରବର୍ତ୍ତୀ ଅନୈତିକ ସମ୍ପର୍କ ସ୍ଥାପନ) ଅଭିଯୋଗ ଆସିବ ନାହିଁ ବୋଲି ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିସହ ବ୍ୟଭିଚାରକୁ ଅପରାଧ ତାଲିକାଭୁକ୍ତ କରାଯିବାର ଔଚିତ୍ୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରିବେ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି। ପୀଠ କହିଛନ୍ତି, ଅନ୍ୟ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ସ୍ଥାପନ କରିଥିବା ପୁରୁଷଙ୍କୁ ଦୋଷୀ ଘୋଷଣା କରୁଥିବା ଭାରତୀୟ ପିଙ୍ଗଳ କୋର୍ଡ ଧାରା ୪୯୭ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ତେବେ ଏହି ଧାରାରେ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ନାହିଁ। ଏଣୁ ଧାରା ୪୯୭ ଲିଙ୍ଗଗତ ସମାନତା ଅଧିକାରର ଉଲ୍ଲଙ୍ଘନ କରୁଛି କି ନାହିଁ ତାହା ଉପରେ ପୀଠ ବିଚାର କରିବେ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ଧାରା ୪୯୭ ଅଧୀନରେ ମହିଳାଙ୍କ ବିରୋଧରେ ବ୍ୟଭିଚାର ଅଭିଯୋଗ ଆଣିବାର ବ୍ୟବସ୍ଥା କରିବାକୁ କେରଳ ନିବାସୀ ଯୋଶେଫ୍‍ ଶିନେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହି ଧାରା ବହୁ ପୁରାତନ ଏବଂ ଏଥିରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତାକୁ ଗୁରୁତ୍ୱ ଦିଆଯାଇ ନ ଥିବା ଦର୍ଶାଇ ସୁପ୍ରିମକୋର୍ଟ ୨୦୧୭ ଡିସେମ୍ବରରେ ଏହା ଉପରେ କେନ୍ଦ୍ରର ମତାମତ ଲୋଡିଥିଲେ। କିନ୍ତୁ ଏହି ଧାରା ଉଚ୍ଛେଦ ହେବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ବିବାହ ଏବଂ ଏହାର ପବିତ୍ରତାକୁ ଗୁରୁତ୍ୱ ଦେଉଥିବା ଭାରତୀୟ ସଂସ୍କୃତି ଉପରେ ପଡିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories