www.samajalive.in
Saturday, December 6, 2025
14.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ଆଇଏସ୍‍ ଆତଙ୍କବାଦୀ ସକ୍ରିୟ ନାହାନ୍ତି: କେନ୍ଦ୍ର

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଇସ୍‍ଲାମିକ୍‍ ଷ୍ଟେଟ୍‍ସ (ଆଇଏସ୍‍) ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି କେନ୍ଦ୍ର ସରକାର ଦାବି କରିଛନ୍ତି। ବିଗତ ଦିନରେ କାଶ୍ମୀର ଘାଟିରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ଏହି ସଂଗଠନ ତଥା ପାକିସ୍ତାନୀ ପତାକା ଉତ୍ତୋଳନକାରୀ ଅସାମାଜିକ ଲୋକମାନଙ୍କ ବିରୋଧରେ କେନ୍ଦ୍ର ସରକାର ଆଇନଗତ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଜୁଲାଇ ୨୨ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ୧୧୦ ଆତଙ୍କବାଦୀଙ୍କୁ ନିପାତ କରିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ବେଳେ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଆଉ କୌଣସି ଆଇଏସ୍‍ ଜାମ୍ମୁ-କାଶ୍ମୀର (ଆଇଏସ୍‍ଜେକେ) ଆତଙ୍କବାଦୀ ସକ୍ରିୟ ନାହାନ୍ତି ବୋଲି ରାଜ୍ୟସଭାରେ ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଆହିର ବିବୃତି ଦେଇଛନ୍ତି। ଏକ ବୃହତ୍‍ ସଫଳତା କ୍ରମେ ଭାରତୀୟ ସୁରକ୍ଷା ବାହିନୀ ଜୁନ୍‍ ୨୨ରେ ଅନନ୍ତନାଗର ଖିରମଠାରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏଥିରେ ଆଇଏସ୍‍ଜେକେ ମୁଖ୍ୟ ଦାଉଦ୍‍ ଅହମ୍ମଦ ସୋଫ୍‍ ମଧ୍ୟ ପ୍ରାଣ ହରାଇଥିଲା। ସେହିଭଳି ୨୦୧୫ରେ ୧୦୮, ୨୦୧୬ରେ ୧୫୦ ଏବଂ ୨୦୧୭ରେ ୨୧୩ ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀ ଗୁଳିରେ ପ୍ରାଣ ହରାଇଥିଲେ। ଏହି ସମୟ ମଧ୍ୟରେ ଯଥାକ୍ରମେ ୧୭, ୧୫ ଏବଂ ୪୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ ବୋଲି ଆହିର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories