www.samajalive.in
Friday, December 5, 2025
23.1 C
Bhubaneswar

ଗାଭାସ୍କର, କପିଳ ଓ ସିଧୁଙ୍କୁ ଇମ୍ରାନଙ୍କ ଆମନ୍ତ୍ରଣ

ଇସଲାମାବାଦ : ପାକିସ୍ତାନରେ ସଦ୍ୟସମାପ୍ତ ସାଧାରଣ ନିର୍ବାଚନରେ ପୂର୍ବତନ କ୍ରିକେଟର ଇମ୍ରାନ ଖାଁଙ୍କ ନେତୃତ୍ୱାଧୀନ ପିଟିଆଇ (ପାକିସ୍ତାନ ତେହେରିକ୍‍-ଇ-ଇନ୍‍ସାଫ୍‍) ଏକକ ସଂଖ୍ୟାଗରିଷ୍ଠ ଦଳଭାବେ ମାନ୍ୟତାଲାଭ କରିଛି। ଏହି ପରିପ୍ରେକ୍ଷୀରେ ଇମ୍ରାନ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଭାବେ ଆସନ୍ତା ୧୧ରେ ଶପଥ ଗ୍ରହଣ କରିବେ। ଦେଶର ସର୍ବୋଚ୍ଚ କ୍ଷମତାଧାରୀ ବ୍ୟକ୍ତି ହେବାକୁ ଯାଉଥିଲେ ସୁଦ୍ଧା ଇମ୍ରାନ କ୍ରିକେଟ ସହ ସମ୍ପର୍କକୁ ଛାଡିପାରିନାହାନ୍ତି। ଇମ୍ରାନ ନିଜର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭାରତର ତିନି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର, କପିଳ ଦେବ ଓ ନବଜୋତ ସିଂହ ସିଧୁଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ତିନି ଭାରତୀୟ କ୍ରିକେଟରଙ୍କ ବ୍ୟତୀତ ବଲିଉଡ ତାରକା ଅମୀର ଖାନ୍‍ଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଅଲରାଉଣ୍ଡରଭାବେ ପରିଚିତ ଇମ୍ରାନ ୧୯୯୨ରେ ପାକିସ୍ତାନର ନେତୃତ୍ୱ ନେଇ ଦଳକୁ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ କରାଇଥିଲେ।


କୌତୁହଳର ବିଷୟ ହେଉଛି ଇମ୍ରାନ ଦିନେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ବୋଲି ଗାଭାସ୍କର ଭବିଷ୍ୟବାଣୀ କରିଥିଲେ। ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଏସିଆ କପ୍‍ର ଏକ ମ୍ୟାଚରେ ସୁନିଲ ଗାଭାସ୍କର ଓ ରମିଜ ରାଜା ଭାଷ୍ୟକାର ଦାୟିତ୍ୱ ତୁଲାଉଥିଲେ। ଏହି ଅବସରରେ ଇମ୍ରାନଙ୍କ ନେତୃତ୍ୱରେ ଖେଳିଥିବା କେତେକ ମ୍ୟାଚ ସମ୍ପର୍କରେ ରମିଜ ଗାଭାସ୍କରଙ୍କ ସହ ଆଲୋଚନା କରିଥିଲେ। ସେତେବେଳେ ୱେଷ୍ଟଇଣ୍ଡିଜର ଦୁଦ୍ଧର୍ଷ ବ୍ୟାଟସମ୍ୟାନ ଭିଭିଆନ ରିଚାର୍ଡସ ପ୍ରାୟ ସବୁ ବୋଲରଙ୍କ ପାଇଁ ଆତଙ୍କ ପାଲଟିଥିଲେ। ହୁକ୍‍, ପୁଲ୍‍ ଜରିଆରେ ଇମ୍ରାନଙ୍କ ବଲକୁ ରିଚାର୍ଡସ ପଡିଆର ଚର୍ତୁଦିଗକୁ ପଠାଉଥିବାବେଳେ ଗାଭାସ୍କର କିନ୍ତୁ ଇମ୍ରାନଙ୍କ ବୋଲିଂକୁ ସତର୍କତାର ସହ ସମ୍ମୁଖୀନ ହେଉଥିଲେ। ନିହାତି ଆବଶ୍ୟକ ନ ପଡିଲେ ଇମ୍ରାନଙ୍କ ବୋଲିଂ ଲାଇନରୁ ଗାଭାସ୍କର ହଟିଯାଉଥିଲେ। ଏହାଦେଖି ଇମ୍ରାନ ସଟ୍‍ଲେଗ୍‍ରେ ଫିଲ୍ଡିଂ କରୁଥିବା ରମିଜ୍‍ଙ୍କ ପାଖକୁ ଯାଇ କହୁଥିଲେ ‘ଦେଖୋ ୟେ କୈସେ ଖେଲତା ହୈ’। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଗାଭାସ୍କର ରମିଜଙ୍କୁ କହିଥିଲେ ଯେ ତୁମେ ଯାହାର ନକଲ କରୁଛ, ସେହି ବ୍ୟକ୍ତି (ଇମ୍ରାନ) ଦିନେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏହା ଅବଶ୍ୟ ଏକ ସଂଯୋଗ ହୋଇପାରେ, କିନ୍ତୁ ଛଅ ବର୍ଷ ପରେ ଗାଭାସ୍କରଙ୍କ କଥା ଆଜି ସତ ପ୍ରମାଣିତ ହେବାକୁ ଯାଉଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories