www.samajalive.in
Sunday, December 14, 2025
18.1 C
Bhubaneswar

ଜାନୁଆର ୫ ତାରିଖରେ କଣାସରେ ହେବ ବିରାଟ କୃଷକ ସମାବେଶ

ପିପିଲି : ନୀଳାଚଳ କୃଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆସନ୍ତା ଜାନୁଆର ୫ ତାରିଖରେ କଣାସ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ କୃଷକ ସମାବେଶ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ଜିଲାର ସମସ୍ତ ବ୍ଲକରୁ ବହୁ ସଂଖ୍ୟାରେ ଚାଷୀମାନେ ଯୋଗଦେବେ ବୋଲି ସୂଚନା ମିଳିଛି।

ତେଇସିପୁର ବଜାର ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପ ଠାରେ ସୋମବାର ନୀଳାଚଳ କୃଷକ ମହାସଂଘର ସଭାପତି ଗୋପୀନାଥ ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ଶତାଧିକ ଚାଷୀଙ୍କ ସମେତ ମହାସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ୨୦୧୬ ମସିହା ଡିସେମ୍ବର ୨୮ ତାରିଖ ଦିନ ସତ୍ୟବାଦୀ ତହସିଲ ସମ୍ମୁଖରେ ମହାସଂଘ ପକ୍ଷରୁ ଆନ୍ଦୋଳନ ଚାଲୁଥିବା ଓ ଚାଷୀମାନେ ଖାଉଥିବା ସମୟରେ ପୁଲିସ ସେମାନଙ୍କୁ ମାଡ ମାରିବା ଓ କେତେକ ଚାଷୀନେତାଙ୍କୁ ଗିରଫ କରିବା ଘଟଣାକୁ ଏହି ବୈଠକରେ ପ୍ରତିବାଦ କରାଯାଇ ଏହାକୁ କଳା ଦିବସ ଭାବେ ପାଳନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ୩ଟି ନୂତନ କୃଷି ଆଇନ୍‍କୁ ବୈଠକରେ ତୀବ୍ର ବିରୋଧ କରାଯିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା। ଗତ ୨୦୧୯ ଫଣି’ ବାତ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଗତ ବନ୍ୟାରେ ଚାଷୀମାନଙ୍କର କ୍ଷୟକ୍ଷତିର ସଠିକ ଆକଳନ ସହ ଜଳସେଚନ ଓ ଜଳ ନିଷ୍କାସନ ଭଳି ପ୍ରମୁଖ ସମସ୍ୟାକୁ ନେଇ ଆସନ୍ତା ୫ ତାରିଖରେ କଣାସ ତହସିଲ ସମ୍ମୁଖରେ ଚାଷୀ ସମାବେଶ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ସଂଗଠନର ପିପିଲି ବ୍ଲକ ସଭାପତି ସୁଦର୍ଶନ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories