www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି

ଭୁବନେଶ୍ବର: ଓଡ଼ିଶାର ବରପୁତ୍ରମାନେ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ଆମ କଳା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଆ ଜାତିର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ସେମାନଙ୍କର ମହତ୍ତ୍ବପୂର୍ଣ୍ଣ ଅବଦାନ ରଖି ଯାଇଛନ୍ତି। ପ୍ରାଚୀନ କାଳରୁ ଆମ ଓଡ଼ିଆ ଜାତି ଚିରକୃତଜ୍ଞ। ସେମାନେ ଆମର ଚିର ନମସ୍ୟ। ସେହିପରି ପାଇକ ବିଦ୍ରୋହଠାରୁ ଆରମ୍ଭ କରି ସ୍ବାଧୀନତା ସଂଗ୍ରାମ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଆଧୁନିକ ଓଡ଼ିଶାର ନବ ନିର୍ମାଣରେ ଅତୁଳନୀୟ ଅବଦାନ ରଖିଥିବା ବରପୁତ୍ରମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ। ଏହି ମହାପୁରୁଷମାନଙ୍କର ସ୍ମୃତିକୁ ଚିରସ୍ମରଣୀୟ କରିବା ଏବଂ ଏମାନଙ୍କର ଜାତିପ୍ରୀତି ସମ୍ପର୍କରେ ଆମର ଉତ୍ତରପିଢ଼ିଙ୍କୁ ଅବଗତ ଏବଂ ସୋସିଆଲ୍‌ ମିଡ଼ିଆର ଆଗମନ ପରେ ସେମାନଙ୍କର ତ୍ୟାଗକୃତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟ ପୁସ୍ତକରେ ଉପଯୁକ୍ତ ଭାବରେ ସ୍ଥାନିତ କରିବା ପାଇଁ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


ଆମର ଗୌରବମୟ ଐତିହ୍ୟ ତଥା ପ୍ରାଚୀନ କାଳରୁ ବରପୁତ୍ରମାନଙ୍କ କାର୍ଯ୍ୟ ଏବଂ ଜୀବନର ବିଷୟ ବସ୍ତୁ ଏକତ୍ରିତ କରାଯାଇ ବିଭିନ୍ନ ପ୍ରକାର ପାଠ୍ୟକ୍ରମ, ଅତିରିକ୍ତ ପାଠ୍ୟକ୍ରମରେ ସାମିଲ କରାଯିବ। ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଏହି ବିଷୟ ଏକ ସ୍ବତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ବତନ୍ତ୍ର ସମ୍ମାନ ଦେବା ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ଏଥି ନିମନ୍ତେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଶିକ୍ଷାବିତ୍‌ଙ୍କୁ ନେଇ ଏକ କମିଟି ଗଠନ କରାଯିବ।

- Advertisement -


ଆମ ରାଜ୍ୟର ବରପୁତ୍ରମାନଙ୍କୁ ଉତ୍ତରପିଢ଼ି ନିକଟରେ ଚିରସ୍ମଣୀୟ କରି ରଖିବାପାଇଁ ସେମାନଙ୍କର ଜନ୍ମ ସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବା ସହିତ ସେମାନଙ୍କର ଜନମ ଏବଂ ତିରୋଧାନ ଦିବସଗୁଡ଼ିକୁ ଯଥୋଚିତ ଶ୍ରଦ୍ଧା ଏବଂ ସମ୍ମାନର ସହିତ ପାଳନ କରାଯିବ। ଏହା ସେହି ବରପୁତ୍ରମାନଙ୍କ ପ୍ରତି ଏ ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳି ହେବ। ଉପରୋକ୍ତ ପ୍ରସ୍ତାବ ସମ୍ବନ୍ଧରେ ଆଜି ମନ୍ତ୍ରୀମଣ୍ଡଳରେ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories