www.samajalive.in
Sunday, December 14, 2025
15.1 C
Bhubaneswar

କୁକୁରର ରାଜକୀୟ ଜୀବନ: ଗଳାରେ ହୀରାର ପଟି, ଚଢ଼ୁଛି ଅଡ଼ି କାର୍, ପାର୍ଟିରେ କରୁଛି ମସ୍ତି

ଆଜିକାଲି ଘରେ କୁକୁର ପାଳିବା ସାଧାରଣ କଥାରେ ପରିଣତ ହେଲାଣି । ଅନେକ ଲୋକଙ୍କର କୁକୁର ସଉକ ଥାଏ ତ କେହିକେହି ଘର ଜଗିବା ପାଇଁ କୁକୁର ପାଳିଥାଆନ୍ତି । ବିଶ୍ବରେ ସବୁଠୁ ବିଶ୍ବସ୍ତ ପଶୁ ଭାବରେ କୁକୁରକୁ ବିବେଚନା କରାଯାଏ । ତେଣୁ ଅନେକ ଲୋକ କୁକୁରକୁ ପରିବାରର ସଦସ୍ୟ ମନେ କରିଥାଆନ୍ତି । ଏହାର ଖାଦ୍ୟ, ପାନୀୟ, ଔଷଧ, ପୋଷାକ, ବିଛଣାର ଲୋକ ବେଶ୍ ଯତ୍ନ ନିଅନ୍ତି । ଠିକ୍ ସମୟରେ ଟୀକା ଦିଅନ୍ତି । ମାତ୍ର ଆମେ ଯେଉଁ କୁକୁର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସିଏ ଅନ୍ୟ ସବୁ କୁକୁରଠାରୁ ଅନେକ ଭିନ୍ନ । ଏହି କୁକୁରର ନିଜର ଅଡ଼ି କାର୍ ରହିଛି । ଏହି କାରରେ ସେ ବାହାରକୁ ବୁଲିବାକୁ ଯାଏ । ଖାଲି ସେତିକି ନୁହେଁ, ଅନ୍ୟ କୁକୁର ପରି ଏହା ବେକରେ ବି ପଟି ବନ୍ଧା ଯାଇଛି । ମାତ୍ର ଏହାର ମୂଲ୍ୟ ଲକ୍ଷଲକ୍ଷ ଟଙ୍କା । ଏହି ବେକ ପଟିରେ ହୀରା ଲାଗିଛି ।

- Advertisement -

ଖବର ଅନୁଯାୟୀ ଏହି କୁକୁରର ନାମ ଫାବିଓ। ଏହା ଇଂଲଣ୍ଡର ୱେଲ୍ସରେ ରହୁଥିବା ଆଲିସା ଥର୍ନେକେ ନାମକ ଜଣେ ମହିଳାଙ୍କ ଅତି ପ୍ରିୟ ପରିବାର ସଦସ୍ୟ ।  ଆଲିସା ଚଳିତ ବର୍ଷ ଜୁଲାଇରେ ଚାଇନିଜ୍ କ୍ରେଷ୍ଟେଡ୍ ପ୍ରଜାତି ଗୋଟିଏ କୁକୁର କିଣିଥିଲେ ଓ ଏହାର ନାମ ଦେଇଥିଲେ ଫାବିଓ । ଭାରତୀୟ ମୁଦ୍ରାରେ ଏହି କୁକୁରକୁ ସେ ସେତେବେଳେ ଅଢ଼େଇ ଲକ୍ଷ ଟଙ୍କାରେ କିଣିଥିଲେ । ମାତ୍ର ଏହି ଗତ ୫ ମାସ ମଧ୍ୟରେ ଫାବିଓ ପାଇଁ ସେ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ କରିଛନ୍ତି । ଗତ ଖ୍ରୀସମାସରେ ଆଲିସ ଫାବିଓ ପାଇଁ ବହୁମୂଲ୍ୟ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ । ଆଲିସା ଫାବିଓକୁ ବହୁତ ଭଲ ପାଆନ୍ତି ଓ ତାଙ୍କ ନିଜ ପିଲା ପରି ତାକୁ ଶ୍ରଦ୍ଧା କରନ୍ତି ।

ଫାବିଓକୁ ପାର୍ଟି କରିବାକୁ ବେଶ୍ ଭଲ ଲାଗେ । ତେଣୁ ଫାବିଓକୁ ଖୁସି କରିବା ପାଇଁ ଆଲିସା ଘରେ ଅନେକ ସମୟରେ ପାର୍ଟି ଆୟୋଜନ କରନ୍ତି । ଫାବିଓ ପାଇଁ ଆଲିସା ଏକ ବ୍ୟାଟେରୀ ଚାଳିତ ଛୋଟ ଅଡ଼ି କାର୍ କିଣି ଦେଇଛନ୍ତି । ଏହି କାରରେ ଫାବିଓ ବୁଲାବୁଲି କରୁଥିବାର ଫଟୋ ମଧ୍ୟ ଆଲିସା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories