www.samajalive.in
Thursday, December 11, 2025
18.1 C
Bhubaneswar

ଫୋନରେ କଥା ହେଲେ; ଗୁଲଜାରଙ୍କୁ କୃତଜ୍ଞତା ଜଣାଇଲେ ହଲଧର

ବରଗଡ଼ : ଆପଣ ବହୁତ ଭଲ କବି…ଆପଣ ଭାରୀ ସରଳ…ଆପଣଙ୍କ କବିତା ମୋତେ ବହୁତ ଭଲ ଲାଗେ… ମୋର ଅନୁବାଦ ଆପଣଙ୍କୁ ଭଲ ଲାଗିଲା ତ ? ଯଦି କେବେ ସୁଯୋଗ ମିଳେ ଆପଣଙ୍କ ପାଖକୁ ଯାଇ ସାକ୍ଷାତ କରିବି । ସାଂପ୍ରତିକ ଭାରତୀୟ ସାହିତ୍ୟର ଅପ୍ରତିଦ୍ୱନ୍ଦ୍ବୀ ତଥା ବହୁମୁଖୀ ପ୍ରତିଭା, ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ ପୁରସ୍କାରପ୍ରାପ୍ତ ଗୁଲଜାର ଏଭଳି ଭାଷାରେ ସମ୍ବଲପୁରୀ ସାହିତ୍ୟର ଗୌରବ ହଲଧର ନାଗଙ୍କ ସହ ଆଜି ବାର୍ତ୍ତାଳାପ କରିଛନ୍ତି। ଗୁଲଜାରଙ୍କ ପୁସ୍ତକ ଉପହାର ପାଇଁ ହଲଧର ତାଙ୍କୁ ଫୋନ କରି କୃତଜ୍ଞତା ଜଣାଇଥିଲେ। ଏହାର ପ୍ରତ୍ୟୁତ୍ତରରେ ଗୁଲଜାର ଉପରୋକ୍ତ ମର୍ମରେ ନିଜ ପ୍ରତ୍ୟୁତ୍ତର ରଖିଥିଲେ।
ସାରା ଭାରତର ୩୪ଟି ଭାଷାରୁ ୨୭୯ ଜଣ କବିଙ୍କ ୩୬୫ଟି ବଛା ବଛା କବିତାକୁ ନେଇ ଗୁଲଜାର ସଂପାଦନ କରିଥିବା ବହୁ ଚର୍ଚ୍ଚିତ କବିତା ସଂକଳନ ‘ଏ ପଏମ ଏ ଡେ’ ର ପ୍ରଥମ କବି ଭାବେ କବି ହଲଧରଙ୍କ ‘ପାଁଚ ଅମୃତ’ ଏବଂ ‘ଚିଠି ଲେଖୁଛେଁ’ ଦ୍ୱୟକୁ ସ୍ଥାନୀତ କରିବା ସହ ଏକମାତ୍ର ବରେଣ୍ୟ କବି ହଲଧରଙ୍କ ସଂକ୍ଷିପ୍ତ ପରିଚୟ ନିଜେ ଲେଖିଛନ୍ତି। ସୋମବାର ସନ୍ଧ୍ୟାରେ ହୋଇଥିବା ଏହି ବାର୍ତ୍ତାଳାପରେ ଗୁଲଜାରଙ୍କ ମନରେ ସମ୍ବଲପୁରୀ ଭାଷା ଓ ହଲଧରଙ୍କ ପ୍ରତି ଥିବା ଆଗ୍ରହ ଓ ଆଦର ନିମନ୍ତେ ହଲଧର ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ଗୁଲଜାରଙ୍କ ବହିରେ ହଲଧରଙ୍କୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଥିବା ଖବର ଜାଣିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ଗୁଲଜାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories