www.samajalive.in
Sunday, December 14, 2025
19.1 C
Bhubaneswar

ଦଳର ସ୍ଥାପନା ଦିବସ ପୂର୍ବରୁ ରାହୁଳଙ୍କ ବିଦେଶଗସ୍ତକୁ ନେଇ ବିଜେପିର କଟାକ୍ଷ: କଂଗ୍ରେସ କହିଲା -‘ଆଈ ଘର ଯିବାରେ ଭୂଲ କେଉଁଠି?’

ନୂଆଦିଲ୍ଲୀ: ଆଜି ୨୮ ଡ଼ିସେମ୍ବର କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ । ବିଭିନ୍ନ ରାଜ୍ୟ ତଥା ଜାତୀୟସ୍ତରରେ କଂଗ୍ରେସ ଏହି ଦିନକୁ ପାଳନ କରୁଛନ୍ତି । ଏହାର ଠିକ ଦିନକ ପୂର୍ବରୁ ଅର୍ଥାତ୍ ରବିବାର ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଳ ଗାନ୍ଧୀ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରିଛନ୍ତି । ତେବେ ଦଳର ପ୍ରତିଷ୍ଠା ଦିବସରେ ଦେଶ ଛାଡ଼ି ବିଦେଶ ଯାଇଥିବା ରାହୁଳଙ୍କୁ କଟାକ୍ଷ କରିଛି ବିଜେପି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏକ ଟ୍ବିଟରେ କହିଛନ୍ତି ଯେ କଂଗ୍ରେସ ଏବେ ଦଳର ପ୍ରତିଷ୍ଠା ଦିବସ ପାଳନ କରୁଛି, କିନ୍ତୁ ଅନ୍ୟପକ୍ଷରେ ଦଳର ନେତା ରାହୁଳ ଗାନ୍ଧୀ ‘ନୋ ଦୋ ଗ୍ୟାରା’ ( ଚମ୍ପଟ ମାରିଛନ୍ତି)  । ତେବେ ଶିବରାଜଙ୍କ ଏହି ଟ୍ବିଟ୍ ଓ କଟାକ୍ଷର ତୁରନ୍ତ ଜବାବ ଦେଇଛି କଂଗ୍ରେସ। ଦଳର   ଦୁଇ ନେତା କେ.ସି.ଭେନୁଗୋପାଳ ଓ ସଲମାନ ଖୁର୍ସିଦ୍ ରାହୁଳଙ୍କ ବିଦେଶଗସ୍ତ ସପକ୍ଷରେ ଯୁକ୍ତି ବାଢ଼ି ବିଜେପି ହୀନ ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି।

ଗତ ଗୁରୁବାର ଦିନ କଂଗ୍ରେସ ଦଳର ଏକ ପ୍ରତିନିଧିର ନେତୃତ୍ବ ନେଇ ରାଷ୍ଟ୍ରପତିଙ୍କୁ ଭେଟି ଥିଲେ। ସଂସଦର ମିଳିତ ଅଧିବେଶନ ଡ଼ାକି ଏହି କୃଷି ଆଇନ ପ୍ରତ୍ୟାହାର କରିବାକୁ ସେ ଅନୁରୋଧ କରିଥିଲେ । କୃଷି ଆଇନ ଦେଶର କୃଷକମାନଙ୍କ ହିତରେ ନୁହେଁ ଏବଂ ଏହାକୁ ପ୍ରତ୍ୟାହାର କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବ ଦେଇଥିଲେ ।  ଏହାର ଦୁଇଦିନ ପରେ ସେ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାଇଛନ୍ତି ।  କଂଗ୍ରେସର ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ଆଈଙ୍କୁ ଦେଖା କରିବାକୁ ଯାଇଛନ୍ତି। ସମସ୍ତଙ୍କର ବ୍ୟକ୍ତିଗତ ଭ୍ରମଣ କରିବାର ଅଧିକାର ଅଛି । ଏଥିରେ ଭୂଲ କେଉଁଠି ରହିଲା ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଏହା ସହିତ ବିଜେପି ନିଚରାଜନୀତି କରୁଛି ଓ କେବଳ ରାହୁଳ ଗାନ୍ଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ନୀଚ ଦେଖାଇବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

- Advertisement -

ରାହୁଲଙ୍କ ଅନୁପସ୍ଥିତି ସଂକ୍ରାନ୍ତରେ ସଲମାନ ଖୁରସିଦ କହିଛନ୍ତି ଯେ ସେ (ରାହୁଳ) ଏଠାରେ ଅନୁପସ୍ଥିତ ରହିବା ନେଇ ଅନେକ କାରଣ ରହିପାରେ । ଏହାକୁ ନେଇ କୌଣସି କଳ୍ପନାପ୍ରସୂତ ଚର୍ଚା ହେବା ଅନୁଚିତ୍ । କିଛି ଜରୁରୀକାଳୀନ କାର୍ଯ୍ୟ ଯୋଗୁଁ ସେ ବିଦେଶ ଯିବା ନିମନ୍ତେ ନିଷ୍ପତ୍ତି ନେଇଥିବେ ବୋଲି ସଲମାନ ଖୁର୍ସିଦ କହିଛନ୍ତି ।  ଅନ୍ୟପକ୍ଷରେ ରାହୁଳ ଦଳର ପ୍ରତିଷ୍ଠା ଦିବସରେ ଟ୍ବିଟ୍ କରି କହିଛନ୍ତି  ‘ଦେଶର ସ୍ୱର ଉତ୍ତୋଳନ କରିବା ପାଇଁ କଂଗ୍ରେସ ଆରମ୍ଭରୁ ପ୍ରତିଶ୍ରୁତି ଦେଇଛି। ଆଜି କଂଗ୍ରେସର ମୂଳ ଦିନରେ ଆମେ ସତ୍ୟ ଏବଂ ସମାନତାର ପ୍ରତିଶ୍ରୁତି ଦୋହରାଇଛୁ। ଜୟ ହିନ୍ଦ! ‘

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories