www.samajalive.in
Friday, December 5, 2025
17.1 C
Bhubaneswar

୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ୭ଟି ରାଜ୍ୟରେ ୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଓ ମଧ୍ୟପ୍ରଦେଶ ରତଲାମ ଜିଲ୍ଲାର ଏଲୋତରେ ଦ୍ୱିତୀୟ ଜବାହର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ୭ଟି ରାଜ୍ୟରେ ୧୩ଟି କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ଏବଂ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଏଲୋତରେ ଦ୍ୱିତୀୟ ଜବାହର ନବୋଦୟ ବିଦ୍ୟାଳୟ (ଜେଏନଭି) ଖୋଲିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

- Advertisement -

୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟପ୍ରଦେଶର ବାନ୍ଦା, ମହାରାଷ୍ଟ୍ରର ୱାଶିମ, ମଣିପୁର ଚାକପିକାରୋଙ୍ଗ, ମହାରାଷ୍ଟ୍ରର ପରଭମ, ବିହାରର ନୱାଦା, ୟୁପିର ମିର୍ଜାପୁର, ଭଦୋହୀ, ଝାଡ଼ଖଣ୍ଡର ପଲାମୁ, ତେଲଙ୍ଗାନାର ସିଦ୍ଦିପେଟ, କର୍ଣ୍ଣାଟକ କୁଡାମାଲକୁନ୍ତେ, ଉତ୍ତରପ୍ରଦେଶ ସୁରଜପୁର ସିଆଇଏସଏଫ, ବିହାରର ଦେବକୁଣ୍ଡ ଏବଂ ଉତ୍ତରପ୍ରଦେଶର ବାୱଲୀରେ ଖୋଲାଯିବ ।

ଏଥିସହିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଏଲୋତରେ ଆଉ ଏକ ଜବାହର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଅନୁମତି ଦେଇଛନ୍ତି । ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଅନୁସୂଚିତ ଜାତି ଏବଂ ଜନଜାତି ଲୋକମାନଙ୍କ ସଂଖ୍ୟା ଅଧିକ ଏବଂ ଏହି ଜିଲ୍ଲାରେ ଆଉ ଏକ ଜେଏନଭି ପ୍ରତିଷ୍ଠା କରିବା ଲାଗି ଦାବି ହୋଇ ଆସୁଥିଲା । ରାଜ୍ୟ ସରକାର ମଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ଆବଶ୍ୟକ ଜମି ଏବଂ ଅସ୍ଥାୟୀ ଗୃହ ଦେବା ଲାଗି ଆଗ୍ରହ ପ୍ରକାଶ କରିଥିଲେ ।

ବର୍ତ୍ତମାନ ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଗୁଣବତ୍ତା ସମ୍ପନ୍ନ ଶିକ୍ଷା ପ୍ରାପ୍ତ କରୁଛନ୍ତି । ଜବାହର ନବୋଦୟ ବିଦ୍ୟାଳୟ ଦେଶର ବିଭିନ୍ନ ଭାଗରେ ପାଖାପାଖି ୨.୫୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ଆଧୁନିକ ଶିକ୍ଷା ପ୍ରଦାନ କରୁଛି । ଦେଶରେ ୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା ଦ୍ୱାରା ୧୩ ହଜାର ଅଧିକ ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିପାରିବେ । ଏଲୋତରେ ଦ୍ୱିତୀୟ ନବୋଦୟ ବିଦ୍ୟାଳୟ ଖୋଲିବା ଦ୍ୱାରା ଦ୍ୱାଦଶ ଶ୍ରେଣୀର ୫୬୦ ଜଣ ଅତିରିକ୍ତ ଛାତ୍ରଛାତ୍ରୀ ଉପକୃତ ହେବେ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories