www.samajalive.in
Friday, December 5, 2025
23.1 C
Bhubaneswar

କମିଗଲେଣି ୯୦ ପ୍ରତିଶତ ପେଙ୍ଗୁଇନ୍‌!

ଲଣ୍ଡନ: ଏକ ସର୍ବେକ୍ଷଣରୁ  ପେଙ୍ଗୁଇନମାନଙ୍କର ସବୁଠାରୁ ବଡ ନିବାସସ୍ଥଳୀରୁ ୯୦ ପ୍ରତିଶତ ପେଙ୍ଗୁଇନ୍‌ ଲୋପ ପାଇଥିବା କଥା ସ୍ପଷ୍ଟ ହୋଇଛି । ଗତ ୩୫ ବର୍ଷ ମଧ୍ୟରେ ଏପରି ହୋଇଥିବା ଜଣା ପଡିଛି  ବୋଲି ସର୍ବେକ୍ଷଣ କରୁଥିବା ଜୀବ ବିଜ୍ଞାନୀମାନେ ମତ ଦେଇଛନ୍ତି । ଭାରତ ମହାସାଗରରେ ଥିବା ପିଗ୍‌ ଦ୍ୱୀପରେ ବିଶ୍ୱର ସର୍ବାଧିକ ପେଙ୍ଗୁଇନ୍‌ ବାସ କରୁଥିଲେ ।  ୧୯୮୨ ମସିହାରେ ଏହି ଦ୍ୱୀପରେ ୨୦ ଲକ୍ଷରୁ ଅଧିକ ପେଙ୍ଗୁଇନ୍‌ ଥିଲେ ।  ମାତ୍ର ଏବେ ଏହି ସଂଖ୍ୟା ପ୍ରାୟ ୨ ଲକ୍ଷରେ ପହଞ୍ଚିଛି । ଏଥିରୁ ମାତ୍ର ୬୦ ହଜାର ଯୋଡା ପେଙ୍ଗୁଇନ୍‌ ପ୍ରଜନନକ୍ଷମ ଅଛନ୍ତି । ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ହେଉଥିବା ଜୀବ ବିଜ୍ଞାନୀମାନେ ମତ ପ୍ରକାଶ କରିଛନ୍ତି ।

ଫ୍ରାନ୍ସରେ ଥିବା ଜାତୀୟ ବିଜ୍ଞାନ ଗବେଷଣା କେନ୍ଦ୍ର ଓ ଫ୍ରାନସ୍‌ ପୋଲାର ସଂସ୍ଥାନ ୧୯୮୨ ମସିହାରୁ ଲଗାତାର ଏହା ଉପରେ ଗବେଷଣା କରୁଛି ।  କୃତ୍ରିମ ଉପଗ୍ରହ ମାଧ୍ୟମରେ ଏହା ଉପରେ ନଜର ରଖାଯାଇଛି । ୧୯୯୦ ମସିହା ପରଠାରୁ ଏଲ୍‌ ନିନୋ ପ୍ରଭାବରେ  ପେଙ୍ଗୁଇନ୍‌ମାନଙ୍କର ସଂଖ୍ୟା ଦୃତ ଭାବେ ହ୍ରାସ ପାଉଥିବା ଜଣାପଡିଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories