www.samajalive.in
Friday, December 5, 2025
23.1 C
Bhubaneswar

୭ମାସରେ ୧୧୦ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ସହ ସଂଘର୍ଷରେ ଗତ ସାତ ମାସ ମଧ୍ୟରେ ୧୧୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ବେଳେ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ବୋଲି ରାଜ୍ୟସଭାରେ ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ସୂଚନା ଦେଇଛନ୍ତି। ତେବେ ଜାମ୍ମୁ-କାଶ୍ମୀରରେ ଇସ୍‍ଲାମିକ୍‍ ଷ୍ଟେଟ୍‍ସ (ଆଇଏସ୍‍) ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ସେ କହିଛନ୍ତି। ବିଗତ ଦିନରେ କାଶ୍ମୀର ଘାଟିରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ଏହି ସଂଗଠନ ତଥା ପାକିସ୍ତାନୀ ପତାକା ଉତ୍ତୋଳନକାରୀ ଅସାମାଜିକ ଲୋକମାନଙ୍କ ବିରୋଧରେ କେନ୍ଦ୍ର ସରକାର ଆଇନଗତ ତଥା କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଏକ ବଡ଼ ସଫଳତା କ୍ରମେ ଭାରତୀୟ ସୁରକ୍ଷା ବାହିନୀ ଜୁନ୍‍ ୨୨ରେ ଅନନ୍ତନାଗର ଖିରମଠାରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏଥିରେ ଆଇଏସ୍‍ଜେକେ ମୁଖ୍ୟ ଦାଉଦ୍‍ ଅହମ୍ମଦ ସୋଫ୍‍ ମଧ୍ୟ ପ୍ରାଣ ହରାଇଥିଲା।

ତେବେ ଜାମ୍ମୁ-କାଶ୍ମୀରରେ ୨୦୧୫ରେ ୧୦୮, ୨୦୧୬ରେ ୧୫୦ ଏବଂ ୨୦୧୭ରେ ୨୧୩ ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀ ଗୁଳିରେ ପ୍ରାଣ ହରାଇଥିଲେ। ଏହି ସମୟ ମଧ୍ୟରେ ଯଥାକ୍ରମେ ୧୭, ୧୫ ଏବଂ ୪୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ ବୋଲି ଅହିର କହିଛନ୍ତି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories