www.samajalive.in
Saturday, December 13, 2025
18.1 C
Bhubaneswar

କୁଶଳେଶ୍ଵର ସାହିତ୍ୟ ସଂସଦର ଚତୁର୍ବିଶଂ ବାର୍ଷିକ ଉତ୍ସବ

କେଶଦୁରାପାଳ: କୁଶଳେଶ୍ଵର ସାହିତ୍ୟ ସଂସଦର ଚତୁର୍ବିଶଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜିର କବି ଓ ଲେଖକମାନେ ସମାଜକୁ ଦ୍ରୁତ ଅବକ୍ଷୟରୁ ରକ୍ଷା କରିବାର ସଂକଳ୍ପ ନେଇ କାଳଜୟୀ ଲେଖା ସୃଷ୍ଟି କରିବାକୁ ମୁଖ୍ୟ ଅତିଥି ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ମତ ପ୍ରକାଶ କରିଛନ୍ତି। ମୁଖ୍ୟ ବକ୍ତା ଭାବେ କବି ଦେବାଶିଷ ଚକ୍ରବର୍ତି ଯୋଗ ଦେଇ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସଂମୃଦ୍ଧ କରିବାରେ କେନ୍ଦୁଝର ଜିଲ୍ଲାର କବି ଲେଖକ ମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅନ୍ତର୍ଯ୍ୟାମୀ ପ୍ରଧାନ ଓ ତକ୍ଷଶିଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଆକାଶ ରଥ, ଶିକ୍ଷାବିତ ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ସାହିତ୍ୟ ସଂସ୍କୃତି ସଂପର୍କିତ ମୂଲ୍ୟବୋଧ ଭିତିକ ବକ୍ତବ୍ୟ ପ୍ରଦାନ କରିଥିଲେ। କୁଶଳେଶ୍ଵର ସାହିତ୍ୟ ସଂସଦର ସଭାପତି ଅନନ୍ତ ଚରଣ ରାଉତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ଡ଼ ଲକ୍ଷିକାନ୍ତ ଖୁଣ୍ଟିଆଙ୍କୁ କୁଶଳେଶ୍ଵର ସାହିତ୍ୟ ସମ୍ମାନ ଓ ଲେଖିକା ଗୀତା ରାଣୀ ଆଇଚଙ୍କୁ ସୁବାସ ମହାନ୍ତି ସ୍ମତି ସମ୍ମାନ ଓ ଲେଖକ ବିବେକାନନ୍ଦ ସାହୁଙ୍କୁ ଅତିଥି ମାନଙ୍କ ଦ୍ବାରା ସଂବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସଂସଦର ମୁଖପାତ୍ର ଶିବଶକ୍ତି, ବିବେକାନନ୍ଦ ସାହୁଙ୍କ ଲିଖିତ ଧେୟ, ହଳଧର ପଣ୍ଡାଙ୍କ ନିନୁର ବୋବାଳି, ଡ଼.ଆଲୋକରଣା ଙ୍କ ରଚିତ ପୁସ୍ତକ ଆମ ସ୍ମୃତି ପ୍ରଗତି ଓ ଅନୁଭୂତି କୁ ଉ୬ମ୍ମ।ଚନ କରିଥିବା ବେଳେ ସଂସଦର ଉପଦେଷ୍ଠା ଡ ରାମଚନ୍ଦ୍ର ନାୟକ, କବି ବୈଲୋଚନ ସାହୁ, ନିରଞ୍ଜନ ସାହୁ , ଦିଲିପ ଭୂୟାଁ, ମୋଜର୍ଦ୍ଧନ ନାୟକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଜାତୀୟ ପର୍ଯ୍ୟାୟ ଅଧିବେସନରେ କବି ମଙ୍ଗୁଳି ଚରଣ ପୃଷ୍ଟି ସଭାପତିତ୍ଵ କରିଥିବା ବେଳେ, କବି ଚିନ୍ତାମଣି ମହାଳିକ ଓ ଶୋଭନା ଜେନା ସଂଯୋଜନା କରିଥିଲେ। ଅଧ୍ୟାପକ ମମ୍ମଥ ପୃଷ୍ଟି, ଡ.ରାଜକିଶୋର ସାମଲ ଓ ପ୍ରତିଭା ପ୍ରଣାମ ମଂଚର ଆବାହକ ରତ୍ନାକର ଦାସ ପ୍ରମୁଖ ମାନପତ୍ର ପାଠ କରିଥିଲେ। ଏହି ଉତ୍ସବରେ ଡ.ଅଶୋକ ପୁହାଣ, ଗୋକୁଳ ବିହାରୀ ପୃଷ୍ଟି, ବିତ୍ୟୁତ ପ୍ରଭା ଦେଓ, ସରଳ ମହାପାତ୍ର , ମୁରଲିଧର ବେହେରା, ସୁଜାମ ଚରଣ ଜେନା, ରାମଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ରପାତ୍ର, ବନମାଳୀ ଜେନା, ସରୋଜ ସାହୁ, ଜନାର୍ଦ୍ଦନ ସେଠୀ, ମମତା ରାଣୀ ଜେନା, ସୁରେଶ କୁମାର ପରିଡ଼ା, ହରିହର ସାମଲ, ନିତ୍ୟାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ବୈଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories