ଜାମ୍ମୁ-କାଶ୍ମୀରର ପ୍ରଥମ ମହିଳା ବସ୍ଚାଳକ ପୂଜା ଦେବୀ
ଜମ୍ମୁ : ପୂଜା ଦେବୀ ଜାମ୍ମୁ-କାଶ୍ମୀରର ପ୍ରଥମ ମହିଳା ବସ୍ଚାଳକ ଭାବେ ସ୍ବୀକୃତି ପାଇଛନ୍ତି। କାଠୁଆ ଜିଲାର ଏହି ୩୫ବର୍ଷ ବୟସ୍କା ଗୁରୁବାର ଜାମ୍ମୁରୁ କାଠୁଆ ପର୍ଯ୍ୟନ୍ତ ବସ୍ ଚଳାଇଛନ୍ତି। ସେ ବସ୍ ଚଳାଉଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ପୂଜା ଦେବୀ କହିଛନ୍ତି ଯେ ଗରିବ ପରିବାରରେ ଜନ୍ମ ହୋଇଥିବାରୁ ବିଶେଷ ପାଠ ପଢ଼ିପାରି ନ ଥିଲେ; ତେଣୁ ପିଲା ଦିନୁ ବସ୍ଚାଳକ ହେବାର ଇଚ୍ଛା ରଖିଥିଲେ। ସେ ନିଜ ମାମୁ ରାଜୀନ୍ଦରଙ୍କଠାରୁ ବସ୍ ଚାଳନା ତାଲିମ ନେବା ପରେ ଭାରୀ ଯାନ ଚଳାଇବାକୁ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏହା ପାଇବା ପରେ ପେସାଦାର ବସ୍ଚାଳକ ହୋଇପାରିଛନ୍ତି। ତିନି ସନ୍ତାନଙ୍କ ମା’ ପୂଜା ଗୁରୁବାର ବସ୍ ଚଳାଇବାବେଳେ ପାଖରେ ତାଙ୍କ ପୁଅ ବସିଥିଲା।
Comments are closed.