www.samajalive.in
Saturday, December 6, 2025
17.1 C
Bhubaneswar

ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା : ବ୍ରହ୍ମପୁର

ବ୍ରହ୍ମପୁର: ବ୍ରହ୍ମପୁରର ବ୍ରହ୍ମା ନଗରସ୍ଥିତ ଗୁରୁଦେବ ହସ୍ପିଟାଲରେ ବୁଧବାର ଏକ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ପାତ୍ରପୁରର ଜଣେ ମହିଳା ପ୍ରସବ ଯନ୍ତ୍ରଣା ଯୋଗୁ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ କୌଣସି ଡାକ୍ତର କାର୍ଯ୍ୟରେ ନ ଥିଲେ। ଯାହାଦ୍ବାରା ତାଙ୍କର ଚିକିତ୍ସା ହୋଇପାରିନଥିଲା । ଅପରପକ୍ଷେ ​‌ସେହି ମହିଳା ଜଣକ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରି ମହିଳାଙ୍କ ପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା। ବୈଦ୍ୟନାଥପୁର ଥାନା ପୁଲିସ୍ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲା ହେଁ ଉତ୍ତେଜନା ଥମି ନ ଥିବା ଜଣାପଡ଼ିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories