www.samajalive.in
Saturday, December 6, 2025
23.1 C
Bhubaneswar

ବଢ଼ିଲା ସୁଧ ହାର, ମହଙ୍ଗା ହୋଇପାରେ ଗୃହ ଓ ଗାଡ଼ି ଋଣ

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଆଜି ସୁଧ ହାରରେ ୦.୨୫% ବୃଦ୍ଧି କରିଛନ୍ତି। ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍‍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଦ୍ରାନୀତି କମିଟି ବୈଠକରେ ସୁଧ ହାର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି ସୁଧ ହାର ବୃଦ୍ଧି କରାଯାଇଥିବା କୁହାଯାଇଛି। ୨୦୧୩ ଅକ୍ଟୋବର ପରେ ଚଳିତ ଆର୍ଥିକ ବର୍ଷରେ ଲଗାତାର ଦ୍ୱିତୀୟ ଥର ପାଇଁ ସୁଧ ହାର ବୃଦ୍ଧି କରାଯାଇଛି। ଗତ ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାରରେ ୦.୨୫% ବୃଦ୍ଧି ଘଟିଥିଲା।
ସୁଧ ହାର ବୃଦ୍ଧି ପରେ ଆରବିଆଇର ରିପୋ ରେଟ୍‍(ଯେଉଁ ହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ) ୬.୫୦% କୁ ବୃଦ୍ଧି ପାଇଥିବା ବେଳେ ରିଭର୍ସ ରିପୋ(ଯେଉଁ ହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କଠାରୁ ଋଣ ନିଏ) ୬.୨୫%କୁ ବୃଦ୍ଧି ପାଇଛି।
ଏହି ସୁଧ ହାର ବୃଦ୍ଧିର ପ୍ରଭାବରେ ଗୃହ ଓ ଗାଡ଼ି ଋଣ ମହଙ୍ଗା ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସୁଧ ହାର ବୃଦ୍ଧି ସମ୍ପର୍କରେ କୌଣସି ବ୍ୟାଙ୍କ ଏ ପର୍ଯ୍ୟନ୍ତ ଘୋଷଣା କରି ନଥିଲେ ହେଁ ପରବର୍ତ୍ତୀ ସମୟରେ ପରିଚାଳନା ମଣ୍ଡଳି ନିଷ୍ପତ୍ତି ଅନୁଯାୟୀ ବ୍ୟାଙ୍କଗୁଡ଼ିକ ସୁଧ ହାର ସମ୍ପର୍କରେ ଘୋଷଣା କରିପାରନ୍ତି।
ମୁଦ୍ରାନୀତି ସମୀକ୍ଷା ଅବସରରେ ଆରବିଆଇ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ସମ୍ପର୍କରେ ସୂଚନା ଦିଆଯାଇଛି। ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ପାଇଁ ଅଭିବୃଦ୍ଧି ହାର ୭.୪% ଓ ପରବର୍ତ୍ତୀ ଛଅ ମାସ ପାଇଁ ୭.୫ରୁ ୭.୬% ରହିବ ବୋଲି ଆରବିଆଇ ପକ୍ଷରୁ ଆକଳନ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories