www.samajalive.in
Saturday, December 6, 2025
19.1 C
Bhubaneswar

ଏସସି/ଏସଟି ବିଲରେ ସଂଶୋଧନକୁ ମଞ୍ଜୁରୀ:ଚଳିତ ସପ୍ତାହରେ ସଂସଦରେ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମରେ ସଂଶୋଧନକୁ ମଞ୍ଜୁରି ମିଳିଛି। ଚଳିତ ମୌସୁମୀ ଅଧିବେଶନରେ ମୋଦି ସରକାର ଏହାକୁ ସଂସଦରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏନଡିଏର ସହଯୋଗୀ ଦଳ ଲୋଜ ଜନଶକ୍ତି ପାର୍ଟି(ଏଲଜେପି)ର ମୁଖିଆ ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶୱାନ୍‍ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସୁପ୍ରିମ କୋର୍ଟଙ୍କ ରାୟ ପରେ ଶ୍ରୀ ପାଶୱାନ୍‍ ଚଳିତ ସରକାରଙ୍କ ଦଳିତ ବିରୋଧୀ ଭାବମୂର୍ତ୍ତିକୁ ବଦଳାଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହାକୁ ଗୁରୁତ୍ୱ ଦେଇ ଏନଡିଏ ସରକାର ଉକ୍ତ ବିଲରେ ସଂଶୋଧନ ଆଣିବାକୁ ସ୍ଥିର କରିଛନ୍ତି।
ସୁପ୍ରିମ କୋର୍ଟ ଏସସି/ଏସଟି ଆଇନର ବ୍ୟାପକ ଦୁରୋପଯୋଗ ହେଉଥିବା ମନ୍ତବ୍ୟ ଦେଇଥିଲେ। କୋର୍ଟର ଏଭଳି ମନ୍ତବ୍ୟକୁ ଦଳିତ ସଂଗଠନ ପକ୍ଷରୁ କେତେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇ ଥିଲା। କୋର୍ଟର ଏଭଳି ନିର୍ଦେଶ ପରେ ସମସ୍ତ ବିରୋଧୀ କେନ୍ଦ୍ର ସରକାରକୁ ଦଳିତ ବିରୋଧୀ ସରକାର ବୋଲି ସମାଲୋଚନା କରିଥିଲେ। ଫଳରେ ଏନଡିଏ ସହଯୋଗୀ ଦଳଗୁଡ଼ିକ ମଧ୍ୟ ମୋଦୀ ସରକାରଙ୍କୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories