www.samajalive.in
Wednesday, December 10, 2025
16.1 C
Bhubaneswar

କୁଇ ଭାଷା ସାହିତ୍ୟ ଆସର ଓ ଆଲୋଚନା ଚକ୍ର

ଫୁଲବାଣୀ: କନ୍ଧମାଳ ଜିଲା କ.ନୂଆ ଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗିଠାରେ କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବ ପରିଷଦ ଆନୂକୁଲ୍ୟରେ ଏକ କୁଇ ସାହିତ୍ୟ ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହପଇଯାଇଛି। କୁଇ ଭାଷାର ଗବେଷକ ପ୍ରଦୀପ କହଁରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆସରରେ ୩ ଶହରୁ ଅଧିକ କୁଇ ସାହିତ୍ୟ ପ୍ରେମୀ ଓ ଶ୍ରୋତା ଯୋଗ ଦେଇଥିଲେ। କୁଇ ଭାଷା ସାହିତ୍ୟ ଓ ସମିତିର ସାଧାରଣ ସଂପାଦକ ଡାଃ ନୀରଦ ଚନ୍ଦ୍ର କହଁରଙ୍କ ପରିଚାଳନାରେ ଅୟୋଜିତ କାର୍ଯ୍ୟକ୍ରମରେ ସାହିତ୍ୟ ସମିତିର ସଭାପତି ଦିନବନ୍ଧୁ କହଁର, ସଂପାଦକ ଗଣପତି ମଲିକ, ଉପସଭାପତି ଭୀମସେନ ପ୍ରଧାନ, ଏସିଆ କହଁର, ରିତା ଜାନୀ ପ୍ରମୁଖ ଉପସ୍ଥିତ ରହି କୁଇ ସାହିତ୍ୟ ଉପରେ ଆଲୋଚାନ କରିଥିଲେ। ଏ ଅବସରରେ ୬୦ରୁ ଅଧିକ କବି ସ୍ୱରଚିତ କୁଇ କବିତା ପାଠ କରିଥିଲେ। ଡଃ ନୀରଦ କହଁର କୁଇ ଯୁବ ସମାଜ ଉପରେ ଆଲୋଚନା କରି ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପରିଷଦର ସଂଯୋଜକ ଦେବାଶୀଷ କହଁର ଯୁବ ସମାଜକୁ କିପରି ସୁଦୃଢ କରାଯାଇ ପାରିବ ଏବଂ ସେମାନଙ୍କ ମଧ୍ୟରେ ଏକତା ସ୍ଥାପନ କରାଯାଇ ପାରିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କନ୍ଧମାନଙ୍କ ବିକାଶ ପାଇଁ ଏହି ସଂଗଠନର ଗୁରୁତ୍ୱ ଉପରେ ସେ ଜୋର ଦେଇ ସମସ୍ତଙ୍କୁ ଏକଜୁଟ ହେବା ପାଇଁ ପରାମର୍ଶ ଦେଇଥିଲେ। ଏ ଅବସରରେ ଯୁବ ପରିଷଦର ବିଭିନ୍ନ ବ୍ଲକ ସଂଯୋଜକ ଚୟନ କରାଯାଇଥିଲା। ଶେଷରେ ଦେବାଶୀଷ କହଁର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Related Articles

Popular Categories