www.samajalive.in
Saturday, December 6, 2025
16.1 C
Bhubaneswar

ଫୁଲବାଣୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : ବିକୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଆଜି ଫୁଲବାଣୀଠାରେ ପାଳିତ ହୋଇଯାଇଛି। ଏ ଅବସରରେ ଦଳର କର୍ମୀ ଓ ନେତା ମାନେ ସକାଳେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପ୍ରଣ କରିଥିଲେ। ପରେ ସ୍ଥାନୀୟ ଏକ ବେସରକାରି କଲ୍ୟାଣ ମଣ୍ଡପଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଫୁଲବାଣୀ ବିଧାନସଭା କ୍ଷେତ୍ରର ବିଜୁ ଜନତା ଦଳ ନେତା ଓ କର୍ମୀ ମାନେ ବହୁ ସଂଖ୍ୟାରେ ଏହି ବୈଠକରେ ଯୋଗ ଦେଇ ଦଲକୁ ସୁଦୃଢ କରିବା ଓ ଦଳ ନେତା ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସଂକଳ୍ପ କରିଥିଲେ। ଜିଲା ସଭାପତି ସରୋଜ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳର ଛାମୁଆଁ ସଂଗଠନର ନେତା ଓ କର୍ମୀ ମାନଙ୍କୁ ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କାରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲା ସଭାପତି ବିଜେଡି ଗଠନର ପୃଷ୍ଠଭୂମି ବିଷୟରେ ବର୍ଣ୍ଣନା କରିବା ସହ ଏହାର ଉଦ୍ଦେଶ୍ୟ ବିଷୟରେ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ  । ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଭୁଲଯାଇ ଦଳ ପାଇଁ କାମ କଲେ ମନକୁ ମନ ସଫଳତା ମିଳିବ ବୋଲି ସେ ମତ ରଖିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଯୋଗ ଦେଇ ଯୁବ ଗୋଷ୍ଠୀ ହିଁ ରାଜ୍ୟ ଓ ଦଳର ଭବିଷ୍ୟତ ବୋଲି କହିଥିଲେ। ନବୀନ ବାବୁ ନେତାଙ୍କୁ ନୁହେଁ କର୍ମୀଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ପ୍ରକାଶ କରି ଦଳ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ମହିଲା ବିଜେପି ସଭାପତି ଅନିମା କହଁର,ଛାତ୍ର ବିଜେଡି ଜିଲା ସଭାପତି ସୁନୀଲ ସେଠୀ,ଯୁବ ବିଜେଡି ସଭାପତି ବିଷ୍ନୁଚରଣ ମଲିକ,ରାଜ୍ୟ ସଂପାଦକ ଶତ୍ରୁଘ୍ନ ମହାନନ୍ଦିଆ, ବରିଷ୍ଠ ନେତା କମଳ ବେହେରା ପ୍ରମୂଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ଫୁଲବାଣି ବିଧାନସଭା କ୍ଷେତ୍ର ଅଂଚଳର ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଛାମୁଆଁ ସଂଗଠନର କର୍ମକର୍ତ୍ତା ,ସରପଂଚ,ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories