www.samajalive.in
Saturday, December 6, 2025
17.1 C
Bhubaneswar

ମାସକୁ ୨ ଥର ରୂପ ବଦଳାଉଛି କରୋନା

ପୁଣେ: କରୋନା ଭୂତାଣୁ ପୂର୍ବରୁ ଅନେକ ଥର ମ୍ୟୁଟେଟ୍‌ ଅର୍ଥାତ ରୂପ ବଦଳାଇ ସାରିଛି। ମାସକୁ ଏହି ଭୂତାଣୁ ପ୍ରାୟ ୨ ଥର ରୂପ ବଦଳାଉଛି ବୋଲି ଦିଲ୍ଲୀ ଏମ୍‌ସ୍‌ ନିର୍ଦେଶକ ତଥା କୋଭିଡ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସ ସଦସ୍ୟ ଡା. ରଣଦୀପ ଗୁଲେରିଆ କହିଛନ୍ତି। ତେଣୁ ନୂଆ ଷ୍ଟ୍ରେନ୍‌କୁ ନେଇ ଅନାବଶ୍ୟକ ଭାବେ ଚିନ୍ତା କରିବା ଜରୁରୀ ନାହିଁ।

ଡା. ଗୁଲେରିଆ କହିଛନ୍ତି, ମ୍ୟୁଟେଶନର ଲକ୍ଷଣ ଏବଂ ଚିକିତ୍ସା ରଣନୀତିରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନର ତଥ୍ୟ ଅନୁସାରେ, ଯେଉଁ ଟିକାକୁ ଜରୁରିକାଳୀନ ବ୍ୟବହାର ଲାଗି ଅନୁମୋଦନ କରାଯାଉଛି ତାହା ବ୍ରିଟେନର ନୂଆ ଷ୍ଟ୍ରେନ ଉପରେ ବି ପ୍ରଭାବଶାଳୀ ହେବ। ଆଗାମୀ ୬ରୁ ୮ ସପ୍ତାହର କରୋନା ଭୂତାଣୁ ସହିତ ଲଢ଼ିବା ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସମୟ। କାରଣ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟୁଛି। ନୂଆ ଷ୍ଟ୍ରେନ ପୂର୍ବ ତୁଳନାରେ ଯଦିଓ ଅଧିକ ବିପଜ୍ଜନକ, କିନ୍ତୁ ଏଥିପାଇଁ ହସ୍ପିଟାଲରେ ଅଧିକ ସଂଖ୍ୟକ ରୋଗୀ ଭର୍ତ୍ତି ହେବାର ଆବଶ୍ୟକ ନାହିଁ କିମ୍ବା ଏହି ଷ୍ଟ୍ରେନ ଯୋଗୁ ଅଧିକ ରୋଗୀଙ୍କ ମୃତ୍ୟୁ ହେବ ନାହିଁ।

- Advertisement -

ଗୁଲେରିଆ ଆହୁରି କହିଛନ୍ତି, ଗତ ୧୦ ମାସ ମଧ୍ୟରେ ଭୂତାଣୁର ଅନେକ ଥର ମ୍ୟୁଟେଶନ ହୋଇସାରିଛି। ଏବେ ଏହା ସାଧାରଣ କଥା। ଯଦି ଆବଶ୍ୟକ ପଡ଼ିବ ତେବେ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଏଥିପାଇଁ ପୁଣି ଟିକା ପ୍ରସ୍ତୁତ କରିଦେବେ। ବର୍ତ୍ତମାନ ସମୟରେ ଭୂତାଣୁରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ଅନୁଭବ କରୁଛି। ତେଣୁ ଟିକାରେ ବି କୌଣସି ପରିବର୍ତ୍ତନ କରିବା ଦରକାର ନାହିଁ ବୋଲି ସେ କହିଛନ୍ତି।

ଆଗାମୀ ବର୍ଷ ମଧ୍ୟଭାଗ ଭିତରେ ଦେଶରେ ୬ରୁ ୭ ପ୍ରକାର ଟିକା ବଜାରରେ ଉପଲବ୍ଧ ହୋଇଯିବ। ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ଟିକା ମାଗଣାରେ ଦିଆଯି ଏବଂ ଏହାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଗୁଲେରିଆ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories