ଯଦି ପ୍ରକୃତରେ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି ତେବେ ନିଜ ସ୍ବାର୍ଥକୁ ପଛରେ ପକାଇ ଦଳ ପାଇଁ ଦିନକୁ ୨ରୁ ୩ ଘଣ୍ଟା କାମ କରିବାକୁ ପଡିବ : ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ବର : ଯଦି ନବୀନ ପଟ୍ଟନାୟକଙ୍କୁ ପ୍ରକୃତରେ ଭଲ ପାଉଛନ୍ତି, ତାଙ୍କ କାର୍ଯ୍ୟଶୈଳୀ ଓ ଜୀବନଶୈଳୀକୁ ଭଲ ପାଉଛନ୍ତି ତେବେ ଦଳ ପାଇଁ ଦିନକୁ ଅତି କମ୍ରେ ୨ ରୁ ୩ ଘଣ୍ଟା କାମ କରିବାକୁ ପଡିବ ବୋଲି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସରେ ଦଳର କର୍ମୀ ମାନଙ୍କୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ବାନ ଦେଇଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ‘ଦଳ ବର୍ତ୍ତମାନ ଗୋଟିଏ ଦୋଛକିରେ ଛିଡା ହୋଇଛି। ଯେଉଁ ସମୟରେ ଦଳର ସମସ୍ତ କର୍ମୀ ଏବଂ ନେତାଙ୍କୁ ନିଜର ସ୍ବାର୍ଥକୁ ଭୁଲି ଦଳ ପାଇଁ କାମ କରିବାକୁ ପଡିବ। ଯଦି ଆପଣମାନେ ପ୍ରକୃତରେ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି, ତାଙ୍କ କାର୍ଯ୍ୟଶୈଳୀ ଓ ଜୀବନଶୈଳୀ ଭଲ ପାଉଛନ୍ତି। ଯଦି ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ପାଇଁ କରୁଥିବା କାର୍ଯ୍ୟକୁ ଭଲ ପାଉଛନ୍ତି ତେବେ ଆପଣ ମାନଙ୍କ ଜୀବନର ପ୍ରତ୍ୟେକ ଦିନରୁ ଦୁଇରୁ ତିନି ଘଣ୍ଟା ବିଜୁ ଜନତା ଦଳ ପାଇଁ ଦେବାକୁ ପଡିବ। ଯାହା ଦ୍ବାରା ଦଳ ସୁଗଢିତ ହୋଇ ଓଡ଼ିଶା ପାଇଁ ଆହୁରି କାମ କରିବ ଏବଂ ଲୋକଙ୍କ ଜନାଦୃତ ହେବ’ ବୋଲି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି।
ଭୁବନେଶ୍ବର ସ୍ଥିତ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ବୈଠକରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନବୀନଙ୍କ କାର୍ଯ୍ୟଶୈଳୀ ଏବଂ ଓଡ଼ିଶାର ଲୋକଙ୍କ ପାଇଁ ନବୀନଙ୍କ ଭଲ ପାଇବାର ଏକ ଉଦାହରଣ ଦେଇ କହିଛନ୍ତି ଯେ ସାରା ବିଶ୍ବରେ ଏବଂ ଭାରତରେ ଯେଉଁ ସବୁ ରାଜନୌତିକ ଦଳ ରହିଛି ସେମାନେ ସେମାନଙ୍କ ଦଳର ପ୍ରତିଷ୍ଠାତା କିମ୍ବା ଦଳ ଯାହା ନାମରେ ପ୍ରତିଷ୍ଠା କରାଯାଇଥାଏ ତାଙ୍କର ଦେହାନ୍ତ ପରେ ବିରାଟ ଏବଂ ଭବ୍ୟ ସମାଧି ପ୍ରତିଷ୍ଠା କରନ୍ତି। କିନ୍ତୁ ଏହି ସବୁ କ୍ଷେତ୍ରରେ ନବୀନ ପଟ୍ଟନାୟକ ଏକ ବ୍ୟତିକ୍ରମ। କାରଣ ବିଜୁ ଜନତା ଦଳ ଯାହାଙ୍କ ନାମରେ ପ୍ରତିଷ୍ଠା କରାଯାଇଛି ଓଡିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଏକ ସମାଧି ପୁରୀ ସ୍ବର୍ଗଦ୍ବାରରେ ରହିଥିଲା ଯାହା ସ୍ବର୍ଗଦ୍ବାରର ଉନ୍ନତି କରଣ ପାଇଁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଘୁଞ୍ଚାଇବା ପାଇଁ ନବୀନ ପଟ୍ଟନାୟକ ପଛଘୁଞ୍ଚା ଦେଇନଥିଲେ। ନବୀନ ଗୋଟିଏ ଡାକରା ଦେଇଥିଲେ ବିଜୁବାକୁ କୌଣସି ଗୋଟିଏ ସ୍ଥାନରେ ସୀମିତ ନୁହନ୍ତି । ସେ ସମଗ୍ର ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି ଏଣୁ ଲୋକଙ୍କ ପାଇଁ ଏବଂ ସ୍ବର୍ଗଦ୍ବାରର ସଂପ୍ରସାରଣ ପାଇଁ ବିଜୁବାବୁଙ୍କ ସମାଧି ସ୍ଥଳକୁ ଘୁଞ୍ଚାଯାଉ। ଏହାହିଁ ଓଡ଼ିଶା ବାସୀଙ୍କ ପ୍ରତି ଏବଂ ଓଡିଶାର ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ପ୍ରତିଶୃତିବଦ୍ଧତାର ଏକ ଜଳ୍ବନ୍ତ ଉଦାହରଣ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି।
ସୂଚନାଯୋଗ୍ୟ କ୍ରମାଗତ ଭାବେ ପଞ୍ଚମଥର ପାଇଁ ରାଜ୍ୟ ଶାସନ ଗାଦିରେ ଥିବା ବିଜୁ ଜନତା ଦଳ ସରକାର ଶନିବାର ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ପ୍ରତିଷ୍ଠା ଦିବସ ପରେ ବିଜେଡ଼ିର ସବୁ ସାଙ୍ଗଠନକି ଶକ୍ତି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ଜୋସ ନେଇ ଆଗକୁ ବଢ଼ିବେ। ରାଜ୍ୟର ଦୁଇ ବିରୋଧୀ ରାଜନୈତିକ ଦଳର ଯୁଦ୍ଧଂଦେହି ଡ଼କରା ଭିତରେ ବିଜେଡ଼ି ଏହାର ରଣନୀତିକୁ କେଉଁ ଢ଼ଙ୍ଗରେ ଆଗକୁ ବଢ଼ାଇବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।
Comments are closed.