www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶାର ପବିତ୍ର ଆଦିଶକ୍ତିପୀଠ ‘ତାରା ତାରିଣୀ’

ବିଭିନ୍ନ ଉପାସନା ତଥା ପବିତ୍ର ସ୍ଥାନ ମଧ୍ୟରୁ ଏକ ପ୍ରମୁଖ ସ୍ଥାନ ଗଞ୍ଜାମରେ ଅବସ୍ଥିତ ତାରା ତାରିଣୀ ପୀଠ। ଜଗଦମ୍ବା,ଜଗତ୍‍ କଲ୍ୟାଣମୟୀ,ଆନନ୍ଦମୟୀ ପ୍ରକୃତିର ସୁଷମା ପରିପୂର୍ଣ୍ଣ କୋଳରେ ଋଷିକୁଲ୍ୟା ନଦୀ ନିକଟରେ ବିରାଜିତ ଏହି ମନ୍ଦିର। ଓଡ଼ିଶାର ପ୍ରମୁଖ ଆଦିଶକ୍ତି ପୀଠରୁ ଏହା ଅନ୍ୟତମ। ୧୬ ନମ୍ବର ରାଜପଥରେ ଭୁବନେଶ୍ୱର ଠାରୁ ୧୭୪ କିଲୋମିଟର ଦୂରରେ ଗଞ୍ଜାମର ରାୟପୁରରେ ଏହା ଅବସ୍ଥିତ। ରାୟପୁର ଗ୍ରାମର ମଧ୍ୟ ଭାଗରେ ୭୦୦ ଫୁଟ ଉଚ୍ଚ କୁମାରୀ ପର୍ବତରେ ଏହି ପ୍ରସିଦ୍ଧ ପୀଠ ବିରାଜିତ। ଏହି ପର୍ବତକୁ ତାରିଣୀ ପର୍ବତ,ରତ୍ନଗିରି,ପୁର୍ଣ୍ଣ ଗିରି ପର୍ବତ ମଧ୍ୟ କୁହାଯାଏ। ରାୟପୁର ଗ୍ରାମର ୨କିଲୋମିଟର ଦୂରରୁ ମନ୍ଦିରର ସୁନ୍ଦର ତୋରଣ ଦେଖାଯାଇଥାଏ। ମନ୍ଦିରକୁ ଯିବା ନିମନ୍ତେ ପାହାଚ ରହିବା ସହ ଅନ୍ୟ ବାଙ୍କ ରାସ୍ତାରେ ଯାନରେ ଯିବାକୁ ସୁବିଧା ରହିଛି। କିମ୍ବଦନ୍ତୀ ଅନୁଯାୟୀ ଆଦିଶକ୍ତି ସତୀଙ୍କ ଅଂଶବିଶେଷ ପଡ଼ିଥିବାରୁ ଏଠାରେ ଦେବୀଙ୍କ ଯୁଗଳ ମୂର୍ତ୍ତି ତାରା ତାରିଣୀ ଭାବେ ପୂଜାର୍ଚ୍ଚନା କରାଯାଉଛି। ଏହାରେ ପୂଜକଙ୍କ ଦ୍ୱାରା ସ୍ୱତନ୍ତ୍ର ନୀତି ନିୟମରେ ପୂଜା କରାଯାଇଥାଏ। ଚୈତ୍ର ମାସର ମଙ୍ଗଳବାର ଓ ଦଶହରା ଏହି ୨ଟି ପର୍ବ ଏଠାରେ ବେଶ୍‍ ଜାକଜକମରେ ପାଳନ କରାଯାଏ। ଦେବୀଙ୍କର ଲାଲ ପୁଷ୍ପ ଓ ନଡ଼ିଆ କୋରା ବହୁ ପ୍ରିୟ ଅଟେ। ତେଣୁ ଏଠାରେ ସବୁ ଶ୍ରଦ୍ଧାଳୁ ଏହାକୁ ପୂଜାରେ ବ୍ୟବହାର କରିଥାଆନ୍ତି। ମା’ଙ୍କର କରୁଣା ହେତୁ ବହୁ ଭକ୍ତ ମାନେ ଭକ୍ତି ସହକାରେ ଏଠାକୁ ଆସି ନିଜ ମନୋସ୍ମାମନା ପୂରଣ କରିଥାଆନ୍ତି। ମା’ଙ୍କ ଉପରେ ଥିବା ପ୍ରଗାଢ ବିଶ୍ୱାସ ହେତୁ ଏଠାରେ ବହୁ ଜନସମାଗମ ହୋଇଥାଏ। ଏହି ମନ୍ଦିରର ଜଗମୋହନ,ନାଟମଣ୍ଡପ,ଗର୍ଭଗୃହ ରହିଛି। ଏଠାରେ ମା’ଙ୍କର ଯୁଗଳ ମୂର୍ତ୍ତି ସହ ସୁନାରେ ତିଆରି ଚଳନ୍ତି ପ୍ରତିମା ମଧ୍ୟ ଶୋଭା ପାଉଛି। ଗର୍ଭଗୃହରେ ଦେବୀଙ୍କ ଖଡ଼ଗ୍‍ ମଧ୍ୟ ପୂଜା ପାଉଛି। ମନ୍ଦିରର ଆକର୍ଷଣୀୟ କାରୁକାର୍ଯ୍ୟ ସଭିଁଙ୍କୁ ବେଶ ଆକୃଷ୍ଟ କରିଥାଏ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories