କେନ୍ଦ୍ରାପଡା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡା ପୁଲିସ ହାବିଲଦାରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ହାବିଲଦାର ତ୍ରୈଲୋକ୍ୟନାଥ ଜେନାଙ୍କ ଘରେ ଆଜି ଭିଜିଲାନ୍ସର ଏକ ଟିମ ଚଢଉ କରିଥିଲା। ତ୍ରୈଲୋକ୍ୟନାଥଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢଉ କରାଯାଇଛି। ଚଢଉ ସମୟରେ ତ୍ରୈଲୋକ୍ୟନାଥଙ୍କ ବ୍ୟାଙ୍କ ପାସବୁକ, ଅନେକ ସୁନା ଅଳଙ୍କାର ଓ ବିଭିନ୍ନ ସ୍ଥାନରେ ଥିବା ଜମିର କାଗଜ ପତ୍ର ଜବତ କରାଯାଇଛି। ଚଢଉ ଜାରି ରହିଥିବାରୁ ଆୟ ବର୍ହିଭୂତ ସମ୍ପତ୍ତିର ମୂଲ୍ୟ ଜଣା ପଡି ନାହିଁ।
Popular Categories



