www.samajalive.in
Monday, December 15, 2025
16.1 C
Bhubaneswar

ମୁକ୍ତାକାଶ ହୋଟେଲରେ ରହିବାକୁ ୯ହଜାର ଗ୍ରାହକ ଅପେକ୍ଷାରେ !

ଧନୀ ବର୍ଗର ଲୋକ ବିଳାସବ୍ୟସନରେ ରହିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। ଏମାନଙ୍କ ମୂଳ ସଉକ୍ ହେଲା, ପଞ୍ଚତାରକା ରେସ୍ତୋରାଁରେ ଭୋଜନ କରିବା, ବଡ଼ବଡ଼ ହୋଟେଲରେ ରହିବା ଇତ୍ୟାଦି ଇତ୍ୟାଦି। ଏଭଳି ଲୋକଙ୍କ ସଉକ୍‌କୁ ଲକ୍ଷ୍ୟରେ ରଖି ହୋଟେଲ ବ୍ୟବସାୟୀମାନେ ମଧ୍ୟ ସେଇ ଅନୁରୂପ ସୁବିଧା ଉପଲବ୍ଧ କରାଉଛନ୍ତି। ସୁଇଜରଲ୍ୟାଣ୍ଡ ପାର୍ବତ୍ୟାଞ୍ଚଳରେ ୨୦୧୪ରେ ଏକ ମୁକ୍ତାକାଶ ହୋଟେଲର ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। ୩ ବନ୍ଧୁ ଡାନିଏଲ୍ ଚାର୍‌ବୋନିଅର୍, ଫ୍ରାଙ୍କ୍ ଓ ପ୍ୟାଟ୍ରିକ୍ ଏହି ହୋଟେଲର ଶୁଭାରମ୍ଭ ୨୦୧୬ରେ କରିଥିବାବେଳେ ଜୁନ୍ ୨୦୨୦ ପର୍ଯ୍ୟନ୍ତ ହୋଟେଲ୍୍ର ସମସ୍ତ କକ୍ଷ ବୁକିଂ ହୋଇଥିଲା। ମୁକ୍ତାକାଶ ହୋଟେଲରେ ରହିବାର ନିଆରା ମଜା ନେବାରେ ଗ୍ରାହକ ବେଶ୍ ଉତ୍ସୁକ ଥିବାବେଳେ କୋଭିଡ୍-୧୯ ସମୟରେ ଏଇ ହୋଟେଲ କିଛି ମାସ ବନ୍ଦ ରହିଲା। ୨୦୨୧ ଜାନୁଆରୀ ଦ୍ବିତୀୟ ସପ୍ତାହରୁ ଏହା ପୁନର୍ବାର ସେବା ଆରମ୍ଭ କରିବାକୁ ସ୍ଥିର କରିଛି। ସମୁଦ୍ର ପତ୍ତନରୁ ୬,୪୬୩ ଫୁଟ୍‌ ଉପରେ ତିଆରି ହୋଇଥିବା ଏଇ ହୋଟେଲର ୭ଟି ମୁକ୍ତାକାଶ କକ୍ଷକୁ ଭିନ୍ନଭିନ୍ନ ଦିଗରେ ସୁନ୍ଦର ଭାବେ ସଜାଯାଇଛି। ଗ୍ରାହକ ଯଦି ଶେଯ ଓ ଟେବୁଲ୍‌କୁ ନିଜ ପସନ୍ଦରେ ସଜାଇବାକୁ ଚାହିଁବେ, ସେସବୁ ମଧ୍ୟ ହୋଟେଲ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ କରିଦେବେ। ପର୍ବତ ଉପରେ ଶୀତର ଲହରୀକୁ ସହିବା ପାଇଁ ଗରମ ପୋଷାକ ଓ ସେଇ ଅନୁରୂପ କମ୍ବଳ ଆଦି ସବୁକିଛି ଗ୍ରାହକଙ୍କୁ ଯୋଗାଇ ଦିଆଯାଏ। ବର୍ଷା ହେଲେ, ଗ୍ରାହକଙ୍କୁ ତୁରନ୍ତ ଇନ୍‌ଡୋର୍‌ ରୁମ୍‌କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ଥିବାବେଳେ ବିଶ୍ବର ବିଭିନ୍ନ ପ୍ରାନ୍ତର ଲୋକ ଏହି ହୋଟେଲର ଗ୍ରାହକ ହୋଇସାରିଲେଣି। ସବୁଠୁ ମଜାଦାର କଥା ହେଉଛି, ମାତ୍ର ୭ଟି ଶଯ୍ୟାବିଶିଷ୍ଟ ଏଇ ହୋଟେଲରେ ଅତିଥି ଭାବେ ରହିବାକୁ ଏବେ ୯ହଜାରରୁ ଅଧିକ ଲୋକ ୱେଟିଙ୍ଗ୍‌ ତାଲିକାରେ ଅଛନ୍ତି। ଏଇ ୯ହଜାର ଲୋକଙ୍କ ତାଲିକା ଶେଷ ହେବା ପରେ ମୁକ୍ତାକାଶ ହୋଟେଲ ପୁଣି ବୁକିଂ ଆରମ୍ଭ କରିବ ବୋଲି ସ୍ପଷ୍ଟ ହୋଇଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories