www.samajalive.in
Friday, December 12, 2025
16.1 C
Bhubaneswar

ମୋହନଗିରୀ ଦେଢଶୁଳୀ ପଞ୍ଚାୟତରେ ଝାଙ୍କର ସମାବେଶ

ନର୍ଲା : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଦେଢଶୁଳୀ ପଞ୍ଚାୟତର ଆଦିବାସୀ ଗ୍ରାମରେ ପାରମ୍ପରିକ ଝାଙ୍କର ପଦବୀରେ ଅଧିଷ୍ଠିତ ବ୍ୟକ୍ତି ମାନେ ଏକତ୍ରିତ ହୋଇଥିଲେ। ଏହି ମିଳନ ଦେଢଶୁଳୀ ପଞ୍ଚାୟତର ଜାମୁଲୀଗାଁରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ପାରମ୍ପରିକ ବାଦ୍ୟଯନ୍ତ୍ର ବଜେଇ ସମବେତ ଲୋକେ ଅତିଥିଙ୍କୁ ସ୍ବାଗତ ଜଣେଇଥିଲେ। ଗ୍ରାମାଞ୍ଚଳର ବିକାଶ ଆଦିବାସୀ ମାନଙ୍କ ବିକାଶକୁ ନେଇ ଗୁରୁତ୍ବପୂର୍ଣ ଆଲୋଚନା ହୋଇଥିଲା।

- Advertisement -

ମୋହନଗିରୀ ଏକ ଉପାନ୍ତ ଅଞ୍ଚଳ। କନ୍ଧମାଳ ସୀମାରେ ଅବସ୍ଥିତ ଏହି ଅଞ୍ଚଳରେ ବହୁ ଗରିବ ଆଦିବାସୀ ବସବାସ କରୁଛନ୍ତି। ଏହି ଅଞ୍ଚଳ ଲୋକଙ୍କ ଯାତାୟତ, ବିଦ୍ୟୁତ ଆଲୋକ, ଡାକ୍ତରଖାନା, ଶିକ୍ଷା ଆଦିରେ ବହୁ ପଛରେ ରହିଛି । ସରକାରୀ ବିକାଶର ଡିଣ୍ଡିମ ବାଜୁଛି ସିନା ହେଲେ ଏହି ଅଗମ୍ୟ ଇଲାକାର ଅବସ୍ଥାର କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଝାଙ୍କର ମାନେ ମତ ପୋଷଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories