www.samajalive.in
Sunday, December 7, 2025
13.1 C
Bhubaneswar

କ୍ୟାବିନେଟରେ ସାମିଲ ହେଲେ ୫ ନୂଆ ମନ୍ତ୍ରୀ, ସଂସଦ ଭଙ୍ଗ ନେଇ କାରଣ ଦର୍ଶାଅ ନୋଟିସ ଜାରି କଲେ ନେପାଳ ସୁପ୍ରିମକୋର୍ଟ

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆଜି ସନ୍ଧ୍ୟାରେ ତାଙ୍କ କ୍ୟାବିନେଟରେ ପାଞ୍ଚଜଣ ନୂଆ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ସଂସଦ ଭଙ୍ଗ କରିବାକୁ ଓଲି ନିଷ୍ପତ୍ତି ନେବା ପରେ ଚଳିତ ସପ୍ତାହରେ ୭ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଓଲିଙ୍କ ସୂଚନା ପରାମର୍ଶଦାତା ରାମଶରନ୍ ବାଜଗେନ୍ କହିଛନ୍ତି ଯେ ଆଜି କ୍ୟାବିନେଟରେ ତୋପ ବାହାଦୂର ରାୟମାଝୀ, ପ୍ରଭୁ ସାହା, ମଣି ଥାପା, ଦାୱା ଲାମା ଏବଂ ଗୌରୀ ଶଙ୍କର ଚୌଧୁରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ତୋପ ବାହାଦୂର ରାୟମାଝୀଙ୍କୁ ଶକ୍ତି, ପ୍ରଭୁ ସାହାଙ୍କୁ ଶ୍ରମ ଓ ରୋଜଗାର, ମଣି ଥାପାଙ୍କୁ ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ, ଦାୱା ଲାମାଙ୍କୁ ଶିକ୍ଷା ଏବଂ ଗୌରୀ ଶଙ୍କର ଚୌଧୁରୀଙ୍କୁ ପାନୀୟ ଜଳ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି।

ସେଠାକାର ସମ୍ବିଧାନ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଟ ୨୫ ସଦସ୍ୟ ବିଶିଷ୍ଟ କ୍ୟାବିନେଟ୍ ଗଠନ କରିପାରିବେ। ଏହି ସପ୍ତାହ ଆରମ୍ଭରେ ୭ ଜଣ ମନ୍ତ୍ରୀଙ୍କ ଇସ୍ତଫା ପରେ ମୋଟ ୮ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସଂସଦ ଭଙ୍ଗ ନିଷ୍ପତ୍ତି ନେଇ ସରକାରଙ୍କୁ କାରଣ ଦର୍ଶାଇବାକୁ ନେପାଳ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ନିଷ୍ପତ୍ତି ବିରୋଧରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ସାମ୍ବିଧାନିକ ବେଞ୍ଚକୁ ପଠାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories