www.samajalive.in
Wednesday, December 10, 2025
23.1 C
Bhubaneswar

ଚୋରଙ୍କ ମାନବିକତା !

ଚୋରି କରିବା ଏକ ଘୃଣ୍ୟ କାମ, ଅନ୍ୟ ଘରୁ ଚୋରି କରିବା ନିହାତି ଭାବେ ଲଜ୍ଜା ଓ ପରିତାପର ବିଷୟ। ହେଲେ ଏଇ ଚୋରଙ୍କର ଯେ ହୃଦୟ ଓ ମାନବିକତା ଅଛି, ତାହା ଏଇ ଘଟଣାରୁ ସ୍ପଷ୍ଟ ହୋଇଛି। ୨୦୧୩ ଜୁଲାଇ ୩୧ର ଘଟଣା, ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଏକ ଏନଜିଓ କାର୍ଯ୍ୟାଳୟରୁ ଦଳେ ଚୋର ୫ଟି କମ୍ପ୍ୟୁଟର ସହ ଗୋଟିଏ ଦାମୀ ଲ୍ୟାପଟପ୍ ଚୋରି କଲେ। ଚୋରି ହେବାର କିଛି ଘଣ୍ଟା ପରେ ଏନଜିଓର ସୁରକ୍ଷାକର୍ମୀ ତୁରନ୍ତ ମୁଖ୍ୟ ଅଧିକାରୀ କ୍ୟାଣ୍ଡି ଷ୍ଟାଲିଙ୍ଗସ୍‌‌୍ଙ୍କୁ ଏ ବିଷୟରେ ଜଣାଇଲେ। କ୍ୟାଣ୍ଡି ଆଉ ବିଳମ୍ବ ନ କରି ସ୍ଥାନୀୟ ଥାନାରେ ଏତଲା ଦେଲେ। ଚୋରମାନେ ଏସବୁ ଚୋରି କରିବା ସହ ପାଖାପାଖି ସାଢ଼େ ୩ଲକ୍ଷଟଙ୍କାର କ୍ଷୟକ୍ଷତି କରିଥିଲେ। କାର୍ଯ୍ୟାଳୟର ଏଭଳି ସ୍ଥିତି ଦେଖି କ୍ୟାଣ୍ଡି ମନ ଖରାପ କଲେ, ଆଉ ବା କ’ଣ କରିପାରିବେ? ଚୋରଙ୍କୁ ଧରି ଦଣ୍ଡ ଦେବା ଯେ ତାଙ୍କ ହାତର କଥା ନଥିଲା। ଘଟଣାର ଗୋଟିଏ ଦିନ ପରେ ସୁରକ୍ଷାକର୍ମୀ ରାତି୧୦ଟାବେଳକୁ କ୍ୟାଣ୍ଡିଙ୍କୁ ଫୋନ୍ କଲେ, ଫୋନ୍‌ ଦେଖୁଦେଖୁ କ୍ୟାଣ୍ଡି ଭାବିଲେ ପୁଣି ବୋଧହୁଏ କାର୍ଯ୍ୟାଳୟରେ ଚୋରି ହେଲା। ଡରିଡରି ସେ ଫୋନ୍ ଉଠାଇଲେ, ଫୋନ୍‌ ସେ ପାଖରୁ ସୁରକ୍ଷାକର୍ମୀ ଯାହା କହିଲେ କ୍ୟାଣ୍ଡି ଶୁଣି ବିଶ୍ବାସ କରିପାରିଲେନି। ଖୁସିରେ ସେ କାନ୍ଦିପକାଇଲେ, ତତକ୍ଷଣାତ୍ କାର୍ଯ୍ୟାଳୟ ଗଲେ। ବାଟରେ ଗଲାବେଳେ ଫୋନ୍‌‌ରେ ସେ ଏଇ ଖୁସି ଖବରଟି ପୁଲିସ୍‌ଙ୍କୁ ମଧ୍ୟ ଜଣାଇଦେଲେ। ଖୁସିର ଖବରଟି ଥିଲା, ଚୋରମାନେ ଚୋରି କରିଥିବା ସବୁ ସାମଗ୍ରୀ କାର୍ଯ୍ୟାଳୟରେ ରଖିଦେଇ କ୍ଷମା ପ୍ରାର୍ଥନା କରିଥିଲେ। ଲୋକଙ୍କୁ ସାହାଯ୍ୟ କରୁଥିବା ଏହା ଏକ ଏନଜିଓ କାର୍ଯ୍ୟାଳୟ ବୋଲି ସେମାନେ ଚୋରି କରିବାବେଳେ ଜାଣିନଥିଲେ, ଏନଜିଓର କାମ ଜାଣିବା ପରେ ସେମାନେ ଲଜ୍ଜା ଅନୁଭବ କରି ଏସବୁ ସାମଗ୍ରୀ ରଖିଦେଇ ଯାଉଛନ୍ତି। କାର୍ଯ୍ୟାଳୟରେ ହୋଇଥିବା କ୍ଷୟକ୍ଷତିର ଭରଣା ସେମାନେ କରିପାରୁନଥିବାରୁ ଦୁଃଖିତ ବୋଲି ଉଲ୍ଲେଖ କରିଥିଲେ। କ୍ୟାଣ୍ଡିଙ୍କ ଏହି ଏନଜିଓ ନିର୍ଯାତିତା ମହିଳାଙ୍କ ପାଇଁ ସ୍ବର ଉତ୍ତୋଳନ କରିବା ସହ ଅସହାୟ, ବୃଦ୍ଧଙ୍କୁ ଆର୍ଥିକ ସହାୟତା କରେ। ସାକ୍ଷାତକାର୍‌ରେ ସେ କହିଥିଲେ, ତାଙ୍କ ଏନଜିଓ କାମଠାରୁ ଏହି ଚୋରମାନେ ଦେଖାଇଥିବା ମାନବିକତା ଶୀର୍ଷରେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories