www.samajalive.in
Monday, December 8, 2025
24.1 C
Bhubaneswar

ଇଣ୍ଟରନେଟ୍ ଦେଉଛି ରୋଷେଇ ବୁଦ୍ଧି !

ଫ୍ରିଜ୍‌ରେ ଅଳ୍ପ କେତୋଟି ପରିବା କିମ୍ବା ଫଳ ଅଛି, ଆପଣ ଜାଣିପାରୁନାହାନ୍ତି ଏଥିରେ କି ତରକାରି କିମ୍ବା ଅନ୍ୟ କୌଣସି ବ୍ୟଞ୍ଜନ ପ୍ରସ୍ତୁତ କରିବେ? ଗୃହିଣୀମାନଙ୍କର ଏହା ମୁଖ୍ୟ ଚିନ୍ତା ଦୈନିକ ଭିନ୍ନଭିନ୍ନ ବ୍ୟଞ୍ଜନ କେମିତି ତିଆରି କରିବେ? କେହି ରୋଷେଇ ବହି ତ’ ଆଉ କେହି ରୋଷେଇ ଆପ୍ଲିକେସନ୍‌ର ସହାୟତା ନେଇଥାନ୍ତି। ଇଣ୍ଟରନେଟ୍‌ ଯୁଗରେ ଆଉ କିଛି ଅସୁବିଧା ନାହିଁ କହିଲେ ଚଳେ। ବ୍ରିଟେନ୍‌ର ଜଣେ ଛାତ୍ର କିଛି ବର୍ଷ ତଳେ ‘ମାଇଁ ଫ୍ରିଜ୍‌ ଫୁଡ୍,କମ୍’ ସାଇଟ୍‌ର ଆରମ୍ଭ କରିଥିଲା। ସମୟକ୍ରମେ ଏହି ସାଇଟ୍‌ର ଆଦର ବିଶ୍ବସ୍ତରରେ ବଢ଼ିଛି, ଆପଣଙ୍କ ଫ୍ରିଜ୍‌ରେ କିମ୍ବା ପରିବା ଡାଲାରେ ଯେତେ କମ୍ ପରିବା କିମ୍ବା ରୋଷେଇ ଘରେ ଖୁବ୍ କମ୍ ସାମଗ୍ରୀ ଥିଲେ, କ’ଣ ବ୍ୟଞ୍ଜନ ତିଆରି କରିବେ ସେଥିପାଇଁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ସାଇଟ୍‌ରେ ଆପଣ ଘରେ ଥିବା ୨-୩ଟି ସାମଗ୍ରୀ ବିଷୟରେ ଉଲ୍ଲେଖ କରନ୍ତୁ, ସଙ୍ଗେସଙ୍ଗେ ଆପଣଙ୍କ ଅନ୍-ଲାଇନ୍ ପୃଷ୍ଠାରେ ୫-୬ଟି ବ୍ୟଞ୍ଜନ ପ୍ରସ୍ତୁତି ପ୍ରଣାଳୀ ଉପସ୍ଥିତ ହେବ। ବାସ୍, ସମାଧାନ ହୋଇଗଲା ସମସ୍ୟାର ସମାଧାନ, ଲକ୍-ଡାଉନ୍ ସମୟରେ ବିଶ୍ବସ୍ତରରେ ୫୫ଲକ୍ଷରୁ ଅଧିକ ଲୋକ ଏଇ ସାଇଟ୍‌ର ସାହାଯ୍ୟ ନେଇ ରୋଷେଇ କରିଥିଲେ। କାରଣ ସେସମୟରେ ସପିଂର ସୁବିଧା ନଥିବାବେଳେ ଫ୍ରିଜ୍‌ରେ ଅଧିକ ଦିନ ପରିବା ଓ ଫଳକୁ ସତେଜ ରଖିବା ସମ୍ଭବପର ନଥିଲା। ଯୁଗ ଅନୁସାରେ ଚଳଣି ଯେ ପରିବର୍ତ୍ତନ ହେଉଛି, ତାହା ଅସ୍ବୀକାର କରିହେବନି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories