www.samajalive.in
Saturday, December 6, 2025
15.1 C
Bhubaneswar

ବ୍ରିଟେନ ଫେରନ୍ତାଙ୍କ ଉପରେ କଡ଼ା ନଜର ରହିଛି, ଆତଙ୍କିତ ନୁହେଁ ସଚେତନ ରହିବା ଜରୁରୀ – ସିବିକେ ମହାନ୍ତି

ଭୁବନେଶ୍ବର: ବିଶ୍ଵ​‌ରେ ମହାମାରୀରେ ପରିଣତ ହୋଇଥିବା କରୋନା ଭୂତାଣୁ ବାରମ୍ବାର ଏହାର ରୂପ ବଦଳାଇବାରେ ଲାଗିଛି। ବ୍ରିଟେନରେ ଗତ ସପ୍ତାହରେ ଭୂତାଣୁର ଏହି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ବର ଫେରିଥିବା ଜଣେ ବ୍ୟକ୍ତିଙ୍କୁ ଇତିମଧ୍ୟରେ ଚିହ୍ନଟ କରାଯାଇ ସଙ୍ଗରୋଧରେ ରଖାଯାଇଛି। ତେବେ ଏ ନେଇ ଆତଙ୍କିତ ହେବା ଆବଶ୍ୟକ ନାହିଁ , ସଚେତନ ରହିବା ଜୁରୁରୀ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। 

ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆତଙ୍କିତ ନୁହେଁ ସଚେତନ ରହିବା ଜରୁରୀ। ପୂର୍ବଭଳି ସମସ୍ତ ନିୟମ ମାନିବାକୁ କହିଛନ୍ତି ଡିଏମଇଟି। ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କୁ ଜଣାଇବାକୁ କୁହାଯାଇଛି। ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ବ୍ରିଟେନ ଫେରନ୍ତାଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି। ନୂଆ ଷ୍ଟ୍ରେନ କି ପୁରୁଣା ଷ୍ଟ୍ରେନ୍ ଅନୁଧ୍ୟାନ କରାଯାଉଛି । ବର୍ତ୍ତମାନ ଦ୍ବିତୀୟ ଲହରୀର ଆଶଙ୍କା ଉପୁଜି ନାହିଁ। ସ୍ଥିତିକୁ ଦେଖି ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଦିନ ସମୀକ୍ଷା କରୁଛନ୍ତି। ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ ଆହ୍ୱାନ ଦୋଇଛନ୍ତି। ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ଜେନେଟିକ ଆନାଲିସିସ ହେବ। ଏହି ବ୍ୟକ୍ତିଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁ , ନଜାଣିଲା ପର୍ଯ୍ୟନ୍ତ କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁ। କିନ୍ତୁ ଏହାକୁ ଦ୍ଵିତୀୟ ୱେଭ କୁହାଯାଇପାରିବନି। ଏପରିକି ୟୁରୋପୀୟ ଦେଶ ଗୁଡିକୁ ଛାଡିଲେ ଅନ୍ୟ କୌଣସି ଦେଶରେ ଦ୍ଵିତୀୟ ୱେଭ କଥା ଦେଖାଯାଇନି। ଏହି ଷ୍ଟ୍ରେନ ଅଧିକ ସଂକ୍ରମିତ ବୋଲି ଯେଉଁ ଚର୍ଚ୍ଚା ହେଉଛି । ତାହା ଲାବୋରେଟୋରିର ଅନାଲିସିସ ଓ ଫିଲଡ଼ର ସ୍ଥିତି ମଧ୍ୟରେ ବହୁ ଫରକ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories