www.samajalive.in
Saturday, December 6, 2025
14.1 C
Bhubaneswar

୨୨ ଜିଲାରୁ ୨୬୩ ନୂଆ ପଜିଟିଭ ଚିହ୍ନଟ ; ସକ୍ରିୟ ଆକ୍ରାନ୍ତ ୨,୯୯୧

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘଦିନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହିଛି। କିଛି ସପ୍ତାହ ହେବ ୨୭ ଜିଲାରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ୨୨ ଜିଲାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟ ୮ ଜିଲାରୁ ନୂଆ ପଜିଟିଭ ଚିହ୍ନଟ ହୋଇ ନାହାନ୍ତି। ୨୪ ଘଣ୍ଟାରେ ୨୬୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୫୧, ସ୍ଥାନୀୟ ୧୧୨। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୫୪୨କୁ ବୃଦ୍ଧି ପାଇଛି। ୩,୨୨,୬୪୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୯୯୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୪୫ ଓ ସୁନ୍ଦରଗଡ଼ରୁ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୧୪, ବରଗଡ ୩, ଭଦ୍ରକ ୭, ବଲାଙ୍ଗୀର ୪, କଟକ ୨୯, ଦେଓଗଡ ୪, ଗଞ୍ଜାମ ୨, ଜଗତସିଂହପୁର ୧, ଯାଜପୁର ୧୩, ଝାରସୁଗୁଡା ୨, କଳାହାଣ୍ଡି ୫, କେନ୍ଦ୍ରାପଡା ୧୪, କେନ୍ଦୁଝର ୮, ଖୋର୍ଦ୍ଧା ୧୫, ମୟୁରଭଞ୍ଜ ୧୯, ନବରଙ୍ଗପୁର ୧, ନୂଆପଡ଼ା ୧୧, ପୁରୀ ୧୬, ରାୟଗଡ଼ା ୨, ସମ୍ବଲପୁର ୪, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories