www.samajalive.in
Sunday, December 14, 2025
14.1 C
Bhubaneswar

ଯଦୁପୁର ନାବାଳିକା ହତ୍ୟା ମାମଲା: ଚାର୍ଜଶିଟ୍‌ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାର ଚାର୍ଜଶିଟ୍‌ ଦାଖଲ କରିବାକୁ ହାଇକୋର୍ଟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଏସଆଇଟିକୁ ନିର୍ଦେଶ ଦେଇଛନ୍ତି। ମାମଲାକୁ ଦୀର୍ଘ ଦିନ ବିତିଯାଇଥିବାରୁ ଗୁରୁବାର ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ନିୟମ ଅନୁସାରେ ମାମଲାର ୪ ମାସ ବା ୧୨୦ ଦିନ ଭିତରେ ଚାର୍ଜଶିଟ୍‌ ଦାଖଲ କରାଯିବା ବାଧ୍ୟତାମୂଳକ। କିନ୍ତୁ ମାମଲାକୁ ୫ ମାସ ବିତିଯାଇଥିଲେ ହେଁ ଚାର୍ଜଶିଟ୍‌ ଦାଖଲ ହୋଇନାହିଁ।

ଏ ନେଇ ଆବେଦନକାରୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ମନ୍ତ୍ରୀ ଏବଂ ଏସଆଇଟି ମୁଖ୍ୟଙ୍କ ବୟାନରେ ତାଳମେଳ ରହୁ ନ ଥିବାରୁ ସେ ସତ୍ୟପାଠରେ ଆବେଦନ କରିଥିଲେ। ଆସନ୍ତା ଜାନୁୟାରୀ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ନାବାଳିକା ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅଭିଯୁକ୍ତ ଯଦୁପୁର ଗ୍ରାମର ସରୋଜ ସେଠୀକୁ ଗିରଫ କରିଛି। ସରୋଜ ନାବାଳିକାକୁ ହତ୍ୟା କରିବା ପରେ ତା’ ମୃତଦେହ ସହିତ ଦୁଷ୍କର୍ମ କରିଥିବା ନେଇ ସ୍ବୀକାର କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି। ଗତ ମଙ୍ଗଳବାର ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ନାବାଳିକା ହତ୍ୟାର ସମ୍ପୂର୍ଣ୍ଣ ଘଟଣା ବିଷୟରେ ସୂଚନା ଦେଇଥିଲେ।

ଅନ୍ୟପଟେ ବୋଥ୍ରାଙ୍କ ଏହି ପ୍ରେସ୍‌ମିଟ୍‌ ତଥ୍ୟକୁ ଗ୍ରହଣ କରିନାହାନ୍ତି ନାବାଳିକାର ମା’ବାପା। ଏସଆଇଟି ମନଗଢ଼ା କାହାଣୀ କହୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିପରି ବିଜେପି ମଧ୍ୟ ଏହାକୁ ମନଗଢ଼ା କାହାଣୀ ବୋଲି କହିଛି। ନାବାଳିକାକୁ ନ୍ୟାୟ ଦେବା ଲାଗି ବିଜେପି ପକ୍ଷରୁ ପଦଯାତ୍ରା ଚାଲିଥିବାବେଳେ ତାହା ଆଜି ଶେଷ ଦିନରେ ପହଞ୍ଚିଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories