www.samajalive.in
Saturday, December 6, 2025
16.1 C
Bhubaneswar

ବଦଳିଲା ଡିଟିଏଚ ସେବା ନିୟମ, କ୍ୟାବିନେଟ ନିଷ୍ପତ୍ତିରେ ଲାଭାନ୍ଵିତ ହେବେ ଉପଭୋକ୍ତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଡିଟିଏଚ ପ୍ରସାରଣ ସେବା ଯୋଗାଇବା ନିମନ୍ତେ ଲାଇସେନ୍ସ ପାଇବା ପାଇଁ ନିର୍ଦ୍ଦେଶାବଳୀ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଏଣିକି ୧୦ ବର୍ଷ ବଦଳରେ ୨୦ ବର୍ଷ ପାଇଁ ଡିଟିଏଚ ଲାଇସେନ୍ସ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ଲାଇସେନ୍ସର ଅବଧି ପୁଣି ୧୦ ବର୍ଷ ପାଇଁ ନବୀକରଣ ହୋଇପାରିବ।

- Advertisement -

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶରେ ଡିଟିଏଚ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶାବଳୀରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏବେ ୨୦ ବର୍ଷ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ଓ ପ୍ରତି ତିନି ମାସରେ ଲାଇସେନ୍ସ ଶୁଳ୍କ ସଂଗ୍ରହ କରାଯିବ।

ଲାଇସେନ୍ସ ଶୁଳ୍କର ମୋଟ ରାଜସ୍ୱ ୧୦ ପ୍ରତିଶତରୁ ନିୟନ୍ତ୍ରିତ ମୋଟ ରାଜସ୍ୱର ୮ ପ୍ରତିଶତକୁ ସଂଶୋଧିତ କରାଯାଇଛି। ବାର୍ଷିକ ବଦଳରେ ଏଣିକି ଲାଇସେନ୍ସ ଦେୟ ତ୍ରୈମାସିକ ଆଧାରରେ ସଂଗ୍ରହ କରାଯିବ। ସ୍ବେଛାକୃତ ଭିତ୍ତିରେ ଡିଟିଏଚ ପ୍ଲାଟଫର୍ମ ଏବଂ ଟିଭି ଚ୍ୟାନେଲଗୁଡିକ ଷ୍ଟ୍ରିମ୍ ନିମନ୍ତେ ଇଛୁକ ଡିଟିଏଚ ଅପରେଟରମାନଙ୍କୁ ଅନୁମତି ଦିଆଯିବ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଟିଭି ଚ୍ୟାନେଲଗୁଡ଼ିକର ବିତରକମାନଙ୍କୁ ସେମାନଙ୍କର ଗ୍ରାହକ ପରିଚାଳନା ସିଷ୍ଟମ ଏବଂ କଣ୍ଡିଶନାଲ ଆକ୍ସେସ୍ ସିଷ୍ଟମ ପାଇଁ ହାର୍ଡୱେୟାର ବିତରଣ ପାଇଁ ଅନୁମତି ଦିଆଯିବ। ଡିଟିଏଚ ଅପରେଟରଙ୍କ ଦ୍ୱାରା ଉପଗ୍ରହର ଅଧିକ ଦକ୍ଷ ଉପଯୋଗ ଫଳରେ ଉପଭୋକ୍ତାଙ୍କ ଖର୍ଚ୍ଚ ହ୍ରାସ ପାଇବା ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories