www.samajalive.in
Friday, December 12, 2025
15.1 C
Bhubaneswar

୨୬ରେ ବିଜେଡିର ପ୍ରତିଷ୍ଠା ଦିବସ : ରାଜ୍ୟବାସୀଙ୍କର ଥିବା ଆସ୍ଥା ବଜାୟ ରଖିବା ଏବଂ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ଦଳର ନେତାଙ୍କୁ ନବୀନଙ୍କ ପରାମର୍ଶ

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ। ଦଳ ପକ୍ଷରୁ କୋଭିଡ ନିୟମର କଡ଼ାକଡ଼ି ଅନୁପାଳନ ସହ ପ୍ରତିଷ୍ଠା ଦିବସ ପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ପ୍ରମୁଖ ଦଳୀୟ ସଙ୍ଗଠନର ରାଜ୍ୟ ସଭାପତି, ଜିଲା, ବ୍ଲକ ଓ ନଗର ସଭାପତିଙ୍କୁ ପତ୍ର ଲେଖି ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିଷ୍ଠା ଦିବସ ଠାରୁ ବର୍ଷବ୍ୟାପୀ କରାଯିବାକୁ ଥିବା କାର୍ଯ୍ୟକ୍ରମର କାର୍ଯ୍ୟ ଖସଡ଼ା ସମ୍ପର୍କରେ ସୂଚନା ଦେଇ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃ ସମର୍ପିତ କରି ରାଜ୍ୟ ପାଇଁ ପ୍ରତିବଦ୍ଧତା ଦେହରାଇବାକୁ ସେ ଆହ୍ବାନ ଦେଇଛନ୍ତି। ବିଭିନ୍ନ ସାଂଗଠନିକ, ସମାଜକଲ୍ୟାଣ କାର୍ଯ୍ୟକ୍ରମ ସହ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଆହୁରି ନିକଟତର ହେବା, ଦଳୀୟ ଏକତା. ଶୃଙ୍ଖଳା ବଜାୟ ରଖି ତ୍ୟାଗ ଓ ନିଷ୍ଠାର ସହିତ ରାଜ୍ୟବାସୀଙ୍କ ସେବାରେ ନିଜକୁ ସମର୍ପିତ କରିବା, ରାଜ୍ୟବାସୀଙ୍କର ଥିବା ଆସ୍ଥା ବଜାୟ ରଖିବା ଏବଂ ଜନସେବାକୁ ଆମ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି।

ସଭାପତି ଶ୍ରୀ ପଟ୍ଟନାୟକ ଲେଖିଥିବା ପତ୍ରରେ ପ୍ରତିଷ୍ଠା ଦିବସ ରାଜ୍ୟସ୍ତର ସମେତ ପ୍ରତି ନିର୍ବାଚନମଣ୍ଡଳୀସ୍ତରରେ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା, ପ୍ରମୁଖ ଦଳୀୟ ସଙ୍ଗଠନର ସଦସ୍ୟ ତଥା କର୍ମୀଙ୍କୁ ସାଙ୍ଗରେ ନେଇ ପାଳନ କରିବାକୁ କହିଛନ୍ତି। ସେ କହିଛନ୍ତି ରାଜ୍ୟର ଅଗଣିତ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନରେ ବିଜୁବାବୁଙ୍କ ନୀତି ଓ ଆଦର୍ଶରେ ଗଠିତ ଏହି ଆଞ୍ଚଳିକ ଦଳ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି। ଦଳର କର୍ମକର୍ତ୍ତା, ଗାଁରୁ ସହର ସବୁଠି ଲୋକସେବାରେ ନିୟୋଜିତ ଅଗଣିତ କର୍ମୀଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ତ୍ୟାଗ ବିଜୁ ଜନତା ଦଳକୁ ଲୋକଙ୍କ ନିକଟତର କରିଛି। ଏହି ଦଳ ରାଜ୍ୟବାସୀଙ୍କ ସେବାରେ ନିଜକୁ ବିଗତ ୨୩ ବର୍ଷ ଧରି ଉତ୍ସର୍ଗ କରିଥିବା ଏକ ଆଞ୍ଚଳିକ ଦଳ ପାଇଁ କମ ଗୌରବର କଥା ନୁହେଁ।

- Advertisement -

ସେ କହିଛନ୍ତି, କୋଭିଡ ମହାମାରୀ ସମୟରେ ଆପଣମାନେ ଯେଉଁଭଳି ଧର୍ଯ୍ୟ, ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି ସେଥି ପାଇଁ ମୁଁ ଗର୍ବିତ। କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବାରେ ଆପଣମାନେ ପ୍ରମୁଖ ଯୋଦ୍ଧାର ଭୂମିକା ଗ୍ରହଣ କରିଛନ୍ତି। କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ଆପଣମାନଙ୍କ ସହଯୋଗ ପୁଣି ଥରେ ରାଜ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇ ପାରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି। କୋଭିଡ ସଂକ୍ରମିତଙ୍କ ପରୀକ୍ଷା ଠାରୁ ଚିକିତ୍ସା ପର୍ଯ୍ୟନ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହିତ ସର୍ବାଧିକ ଲୋକଙ୍କୁ ସୁସ୍ଥ କରିବା ଓ ମୃତ୍ୟୁ ହାରକୁ ସର୍ବନିମ୍ନ ସ୍ତରରେ ସୀମିତ ରଖିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ପ୍ରତିଷ୍ଠା ଦିବସରୁ ଜନସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିବାକୁ କହିବା ସହ ନବୀନ ରାଜ୍ୟବାସୀଙ୍କୁ ନୂତନବର୍ଷର ଅଭିନନ୍ଦନ ଜଣାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories