www.samajalive.in
Friday, December 12, 2025
15.1 C
Bhubaneswar

ଜାନୁଆରୀ ୩୧ ଯାଏ ପାର୍ବଣ ବିଶେଷ ଟ୍ରେନ ଚଳାଚଳ ଅବଧି ବୃଦ୍ଧି

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ପାର୍ବଣ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ୨୦୨୧ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦ ଯୋଡ଼ା ପାର୍ବଣ ବିଶେଷ ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଯାତାୟାତ କରୁଛି। ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଏବଂ ଆନନ୍ଦ ବିହାରରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡୁଥିବା ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଏବଂ ଆନନ୍ଦ ବିହାରରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

ଭୁବନେଶ୍ୱରରୁ ପ୍ରତି ସୋମବାର ଓ ଗୁରୁବାର ଏବଂ ମୁମ୍ବଇ ଲୋକମାନ୍ୟ ତିଳକ ଟର୍ମିନସରୁ ପ୍ରତି ବୁଧବାର ଓ ଶନିବାର ଛାଡୁଥିବା ଭୁବନେଶ୍ୱର-ମୁମ୍ବଇ ଲୋକମାନ୍ୟ ତିଳକ ଟର୍ମିନସ-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରଠାରୁ ଜାନୁୟାରୀ ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଲଟିଟିଠାରୁ ଜାନୁୟାରୀ ୩୦ ପର୍ଯ୍ୟନ୍ତ ଚଳାଚଳ କରିବ। ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସ୍ବତନ୍ତ୍ର ପ୍ରତ୍ୟେକ ଶନିବାର ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାର ତିରୁପତିରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରୀ ଭୁବନେଶ୍ୱର-ଚେନ୍ନାଇ-ଭୁବନେଶ୍ୱର ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍ ସପ୍ତାହର ପ୍ରତି ଗୁରୁବାର ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଚେନ୍ନାଇରୁ ଜାନୁୟାରୀ ୨୯ ପର୍ଯ୍ୟନ୍ତ ଚଳାଚଳ କରିବ। ଭୁବନେଶ୍ୱର-ବେଙ୍ଗାଲୁରୁ କ୍ୟାଣ୍ଟ-ଭୁବନେଶ୍ୱର ସାପ୍ତାହିକ ସ୍ବତନ୍ତ୍ର ପ୍ରତି ରବିବାର ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ମଙ୍ଗଳବାର ବେଙ୍ଗାଲୁରୁ କ୍ୟାଣ୍ଟରୁ ଫେବୃୟାରୀ ପହିଲା ପର୍ଯ୍ୟନ୍ତ ଚାଲିବ।

- Advertisement -

ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ ପ୍ରତ୍ୟେକ ମଙ୍ଗଳବାର ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ବୁଧବାର ପୁଡୁଚେରୀରୁ ଜାନୁୟାରୀ ୨୭ ତାରିଖ ଯାଏ ଚଳାଚଳ କରିବ। ଭୁବନେଶ୍ୱର-ରମେଶ୍ୱରମ୍-ଭୁବନେଶ୍ୱର ସାପ୍ତାହିକ ଶୁକ୍ରବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାରରେ ରମେଶ୍ୱରାମରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଚଳାଚଳ କରିବ। ସମ୍ବଲପୁର-ହାୱଡ଼ା-ସମ୍ବଲପୁର ସାପ୍ତାହିକ ସମ୍ବଲପୁରରୁ ପ୍ରତ୍ୟେକ ଶୁକ୍ରବାର ଏବଂ ହାୱଡ଼ାରୁ ପ୍ରତ୍ୟେକ ଶନିବାର ଜାନୁୟାରୀ ୩୦ ତାରିଖ ଯାଏ ଚଳାଚଳ କରିବା ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories