www.samajalive.in
Tuesday, December 9, 2025
26.1 C
Bhubaneswar

ପରୀ ହତ୍ୟାକାଣ୍ଡ : ଏସ୍ଆଇଟି ବିରୋଧରେ ଅଭିଯୁକ୍ତ ମା’ଙ୍କ ଏତଲା

ନୟାଗଡ଼ : ନୟାଗଡ଼ ବ୍ଲକ ଯଦୁପୁର ଗ୍ରାମ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡର ସମ୍ପୃକ୍ତ ଥିବା ଅଭିଯୋଗରେ ଏହି ଗ୍ରାମର ଜଣେ କଲେଜ ଛାତ୍ରକୁ ଏସ୍ଆଇଟି ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ତାଙ୍କ ପୁଅକୁ ଅଯଥାରେ ଗିରଫ କରାଯାଇଛି ଏବଂ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୁକ୍ତର ମାଆ ଶୈଳବାଳା ସେଠୀ କାନ୍ଦି କାନ୍ଦି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏସ୍ଆଇଟି ବିରୋଧରେ ଶୈଳବାଳା ସେଠୀ ଆଜି ସନ୍ଧ୍ୟାରେ ସଦର ଥାନାରେ ଲିଖିତ ଏତଲା ମଧ୍ୟ ଦେଇଛନ୍ତି। ତାଙ୍କ ଠାରୁ କିଭଳି ଜବରଦସ୍ତ ଏକ ସାଧା କାଗଜରେ ଦସ୍ତଖତ ନିଆଯାଇଛି ସେ ସମ୍ପର୍କରେ ସେ ଏତଲାରେ ଦର୍ଶାଇଛନ୍ତି। ତାଙ୍କୁ ଜାତିଗତ ଆକ୍ଷେପ କରାଯିବା ସହିତ ଅଶ୍ଲୀଳ ଭାଷାରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗାଳିଗୁଲଜ କରିଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ତାଙ୍କ ପୁଅକୁ ମାଡ଼ ମାରି ଭୟଭୀତ କରି ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ କରିବାକୁ ଏସ୍ଆଇଟି ଚକ୍ରାନ୍ତ କରୁଛି ବୋଲି ସେ କହିବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରାଯାଉ ବୋଲି ଏତଲାରେ ଦର୍ଶାଇଛନ୍ତି।

ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାକୁ ୫ଲକ୍ଷ ଟଙ୍କାର ଅର୍ଥ ପ୍ରଲୋଭନ ଦେଖାଇଥିଲେ ବୋଲି ତାଙ୍କ ପୁଅ ସାମ୍ବାଦିକମାନଙ୍କୁ ପୂର୍ବରୁ କହିଥିବାରୁ ଏଥିରେ ଉତକ୍ଷିପ୍ତ ହୋଇ ତା’ ପ୍ରତି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀମତୀ ସେଠୀ ସାମ୍ବାଦିକମାନଙ୍କୁ କହିଛନ୍ତି। ତାଙ୍କ ପୁଅ ନିରୀହ ଓ ନିର୍ଦୋଷ। ଏସ୍ଆଇଟି ତଦନ୍ତ ଉପରେ ତାଙ୍କର ଭରସା ନାହିଁ। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରି ପ୍ରକୃତ ଦୋଷୀକୁ ଗିରଫ କରାଯାଉ ବୋଲି ଶ୍ରୀମତୀ ସେଠୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଯଦୁପୁର ଗାଁ ସଭାପତି ଜୟକୃଷ୍ଣ ପରିଡ଼ା ପରୀ ଘଟଣାର ଗିରଫ ହୋଇଥିବା ନାବାଳକ ସମ୍ପର୍କରେ ଏସ୍ଆଇଟି ଉପଯୁକ୍ତ ପ୍ରମାଣ ଦେଉ ବୋଲି ଦାବି କରିଛନ୍ତି। ନ ହେଲେ ସେମାନେ ଏହାର ସିବିଆଇ ତଦନ୍ତ ଦାବି କରିବେ। ଅନୁରୂପ ଭାବେ ପ୍ରକୃତ ହତ୍ୟାକାରୀଙ୍କୁ ଧରାଯାଉ, ଅଙ୍ଗତସ୍କରୀ ପାଇଁ ପରୀକୁ ହତ୍ୟା କରାଯାଇଛି। ତାକୁ ବଳାତ୍କାର କରାଯାଇଛି କହି ତାର ଆତ୍ମାକୁ ଅପମାନିତ କରା ନ ଯାଉ ବୋଲି ପରୀର ବାପା ଅଶୋକ ସାହୁ କହିଛନ୍ତି। ସିବିଆଇ ଦ୍ୱାରା ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଗିରଫ କରାଯାଉ; ନଚେତ ସେ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ପରୀର ବାପାମା’ ପୁଣିଥରେ ଆଜି ଚେତାବନୀ କଦେଇଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories