www.samajalive.in
Sunday, December 14, 2025
14.1 C
Bhubaneswar

ଜାନୁୟାରୀ ୩ରୁ ଖୋଲିବ ମାଆ ଶାରଳା ଓ ଗୋରେଖନାଥ ମନ୍ଦିର

ଜଗତସିଂହପୁର : ତିର୍ତ୍ତୋଲ କନକପୁରର ପ୍ରସିଦ୍ଧ ଦେବୀପୀଠ ମାଆ ଶାରଳାଙ୍କ ମନ୍ଦିର ଓ କେରକେରାଠାରେ ଥିବା ବାବା ଗୋରେଖନାଥଙ୍କ ମଠ ଆସନ୍ତା ଜାନୁୟାରୀ ୩ ତାରିଖରୁ ଖୋଲିବା ପାଇଁ ସୋମବାର ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି ଜଗତସିଂହପୁର ଜିଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଏଥିରେ କୋଭିଡ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ତେବେ ମକର ସଂକ୍ରାନ୍ତି ଦିନ ଭିଡ ହେବାର ସମ୍ଭାବନା ଥିବାରୁ ଉଭୟ ମନ୍ଦିର ବନ୍ଦ ରହିବ। ପ୍ରତ୍ୟେକ ଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ୫ଶହ ପର୍ଯ୍ୟନ୍ତ ଭକ୍ତଦର୍ଶନର ସୁଯୋଗ ପାଇବେ। ମାତ୍ର ୬୫ ବର୍ଷରୁ ଊର୍ଦ୍ଧ୍ବ ଓ ୧୦ବର୍ଷରୁ କମ ବୟସ୍କଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ। ପଣ୍ଡା, ସେବାୟତଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ପ୍ରତ୍ୱେକ ଦର୍ଶନାର୍ଥୀଙ୍କୁ ଥର୍ମାଲ ସ୍କାନିଂ, ହାତ ସାନିଟାଇଜ କରାଯିବା ସହିତ ମାସ୍କ ପରିଧାନ, ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି।

- Advertisement -

ପ୍ରତ୍ୱେକ ଭକ୍ତ ଦର୍ଶନ ପୂର୍ବରୁ ନିଜର ପରିଚୟପତ୍ର ଓ ବୟସ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଜଗତସିଂହପୁର ଜିଲା ବାହାର ଦର୍ଶନାର୍ଥୀଙ୍କୁ ୫ଦିନ ମଧ୍ୟରେ କୋଭିଡ ପରୀକ୍ଷା ନେଗେଟିଭ ରିପୋର୍ଟ ଦେଖାଇବା ମାଧ୍ୟତାମୂଳକ କରାଯାଇଛି। ସମସ୍ତ ସେବକ ଓ ପୂଜକଙ୍କ କୋଭିଡ ଟେଷ୍ଟ କରାଯିବା ସହିତ ୨ସପ୍ତାହ ପରେ ପୁନଶ୍ଚ ଟେଷ୍ଟ କରାଯିବ। ମନ୍ଦିରକୁ ଗୋଟିଏ ପଟେ ପ୍ରବେଶ ଓ ଅନ୍ୟ ଏକ ପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ। ଭୋଗଦୋକାନ ଓ ମନ୍ଦିର ବାହାରେ ଯେଭଳି ଗହଳୀ ନହୁଏ ସେଥିପାଇଁ କଠୋର ଏନଫୋର୍ସମେଣ୍ଟ ବ୍ୟବସ୍ଥା କରାଯିବ। ତହସିଲଦାର, ଆରକ୍ଷୀ ନିରିକ୍ଷକ, ପୂର୍ତ୍ତ ବିଭାଗ, ମନ୍ଦିର ନିର୍ବାହୀ ଅଧିକାରୀ ପ୍ରମୁଖ ଗାଡି ପାର୍କିଂଙ୍ଗ ସ୍ଥାନ, ଭକ୍ତମାନଙ୍କ ପାଇଁ ବ୍ୟାରିକେଟ ବ୍ୟବସ୍ଥା, ସାମାଜିକ ଦୂରତା ନିମନ୍ତେ ଗୋଲ ଚିହ୍ନ, ଫ୍ଲୋକ୍ସ ମାଧ୍ୟମରେ ନିୟମାବଳୀ ପ୍ରଦର୍ଶନ ନିମନ୍ତେ ୩ଦିନ ମଧ୍ୟରେ ଯୋଜନା କରିବାକୁ ଜିଲାପାଳ ନିର୍ଦେଶ ଦେଇଥିଲେ।

ବୈଠକରେ ଯୋଗଦେଇ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଚିନ୍ମୟୀ ବିଶ୍ୱାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଉପଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସିଡିଏମଓ ଡାଃ. ବିଜୟା ପଣ୍ଡା, ଏଡିଏମଓ ଡାଃ. ବସନ୍ତ ବାରିକ, ଡାଃ. ଶତ୍ରୁଘ୍ନ ଦାସ, ମା ଶାରଳାଙ୍କ ମନ୍ଦିର ଓ ଗୋରେଖନାଥ ମନ୍ଦିରର ନିର୍ବାହୀ ଅଧିକାରୀ, ସହକାରୀ ଜିଲାପାଳ(ଜରୁରି) ଶାଶ୍ୱତ ଦାସ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ତିର୍ତ୍ତୋଲ ଓ ରଘୂନାଥପୁର ତହସିଲଦାର, ଥାନା ଅଧିକାରୀ, ମନ୍ଦିରର ପୂଜକ ଓ ସେବାୟତମାନେ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories