www.samajalive.in
Monday, December 15, 2025
16.1 C
Bhubaneswar

ଖରସ୍ରୋତା ନଦୀ ସୁରକ୍ଷା ପାଇଁ ମହିଳାଙ୍କ ବନ୍ଦାପନା : ହଜାରେ ମହିଳାଙ୍କ ହାତରେ ଜଳିଲା ଏକ ହଜାର ଦୀପ

ରାଜକନିକା : ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପ୍ରକଳ୍ପକୁ ବିରୋଧ କରି ରବିବାର ସନ୍ଧ୍ୟାରେ ବରୁଣାଡ଼ିଆ ସେତୁ ନିକଟରୁ ଭାରିଗଦା ଘାଟ ପର୍ଯ୍ୟନ୍ତ ଏକ ହଜାର ମହିଳାଙ୍କ ହାତରେ ଜଳି ଉଠିଲା ଏକ ହଜାର ଦୀପ। ମା’ ଖରସ୍ରୋତା ନଦୀକୁ ବନ୍ଦାପନା କଲେ, ଅରୁଆ ଚାଉଳ, ଫୁଲ ଫଳ ଦେଇ ପୂଜା କଲେ ମହିଳା। ଶୀତ ସନ୍ଧ୍ୟାରେ ଶଙ୍ଖ, ହୁଳହୁଳି, ଘଣ୍ଟ ବଜାଇବା ସହିତ ଦୀପ ପ୍ରଜ୍ୱଳନରେ ଖରସ୍ରୋତା ନଦୀ କୂଳରେ ଏକ ପ୍ରକାର ଅଦିନ ଦୀପାବଳି ଉତ୍ସବ ଭଳି ଅନୁଭୂତ ହୋଇଥିଲା।

ଖରସ୍ରୋତା ନଦୀ ଜଳର ସୁରକ୍ଷା ପାଇଁ ମହିଳାଙ୍କ ଏଭଳି ପ୍ରଚେଷ୍ଠାରେ କିଛି ଘଣ୍ଟା ପାଇଁ ସ୍ତବ୍ଧ ହୋଇଉଠିଥିଲା ବରୁଣାଡ଼ିଆ-ଭାରିଗଦା ଗ୍ରାମ ପଞ୍ଚାୟତ। ନାରୀନେତ୍ରୀ ସବିତା ବରଜ, ନିରୂପମା ବରାଳ, ହେମଲତା ସାମଲ, ସଂଯୁକ୍ତା ରାଉତ, ଛାୟାଲତା ମହାନ୍ତି, ଭାରତୀ ପଲାର, ବାସନ୍ତି ମହାନ୍ତି, କାଞ୍ଚନ ଶତପଥୀ, ସବିତା ରାଉତ, ପ୍ରତିମା ପଣ୍ଡା, ସଂଯୁକ୍ତା ବରାଳ, ଦମୟନ୍ତୀ ମହାନ୍ତି, ରୀନାରାଣୀ ନାୟକ, ଉର୍ମିଳା ବିଶ୍ୱାଳ, ମୀନା ମଲ୍ଲିକ, ରେଣୁକା ମଲିକ, ବିଜୟା ବିଶ୍ୱାଳ, କ୍ଷଣପ୍ରଭା ରାଉତ, ଅନୁସୟା ମହାନ୍ତି, ରଙ୍ଗଲତା ମହାନ୍ତି, ରୀନା ମହାନ୍ତି, ମାମା ବେହେରା, ପ୍ରମିଳା ରାଉତ, ସୁକାନ୍ତି ରାଉତ, ପ୍ରଜ୍ଞା ନାୟକ, ଲିପି ନାୟକ ଏବଂ ଲକ୍ଷ୍ମୀପ୍ରିୟା ବେହୁରିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଖରସ୍ରୋତା ନଦୀକୁ ସୁରକ୍ଷା ପାଇଁ ଶପଥ ନେଇଥିଲେ।

- Advertisement -

ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ସଭାପତି ଦୁର୍ଯ୍ୟୋଧନ ମହାନ୍ତି, ସଂପାଦକ ବିଧାନ ଦାସ, ଶରତ ରାଉତ, ହଳଧର ମଲ୍ଲିକ, ଦାମୋଦର ଧଳ, ଉମେଶ ମଲ୍ଲ, ରଞ୍ଜନ ମଲ୍ଲିକ, ପ୍ରେମ ପାତ୍ର, କାଳୀପ୍ରସାଦ ନାୟକ, ରବିନ୍ଦ୍ର ସ୍ୱାଇଁ ଏବଂ ମନୋଜ ସେନାପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଖରସ୍ରୋତା ନଦୀରେ ହେବାକୁ ଥିବା ପ୍ରକଳ୍ପକୁ ବିରୋଧ କରି ଗତ ଦୁଇ ମାସ ଧରି ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ଅବ୍ୟାହତ ରହିଛି। ଏହା ସହିତ ଏକ ବିଶାଳ ମାନବ ଶୃଙ୍ଖଳ, ଜନସମାବେଶ, ମହିଳାମାନଙ୍କ ଜଳ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ କାର୍ଯ୍ୟ ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବା ନେଇ ସଂପାଦକ ବିଧାନ ଦାସ କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ ସରକାର ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବା ପାଇଁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କରୁଛନ୍ତି। ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜକନିକା ଜିଲା ଭାରୀଗଦା ପାଖ ଖରସ୍ରୋତା ନଦୀରୁ ଜଳ ନେବାକୁ ଯୋଜନା ହୋଇଛି। କିନ୍ତୁ ରାଜକନିକା ବ୍ଳକର ବୁଦ୍ଧିଜୀବୀ ଓ ବରୁଣାଡ଼ିଆ-ଭାରିଗଦା ଗ୍ରାମ ପଞ୍ଚାୟତଙ୍କ ସମେତ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ ତିବ୍ର ବିରୋଧ କରୁଛି। ଏଥି ସହିତ ଖରାସ୍ରୋତା ନଦିର ଜଳ ନଦେବା ପାଇଁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ମଧ୍ୟ ଗଠନ କରାଯାଇଛି। ଏହି ସଙ୍ଗଠନ ରାଜ୍ୟ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପକୁ ତିବ୍ର ବିରୋଧ କରୁଥିବା ​‌ବେଳେ ଦିର୍ଘଦିନ ହେବ ଆନ୍ଦୋଳନ ଜାରୀ ରଖିଛି। କେନ୍ଦ୍ରାପଡାରେ ଭୂତଳ ଜଳ ସଙ୍କଟରେ ଜର୍ଜରିତ ହେଉଥିବା ବେଳେ ଅନ୍ୟ ଜିଲାକୁ ଖରସ୍ରୋତାର ମଧୁର ପାଣି ଦେବାକୁ ତିବ୍ର ବିରୋଧ କରାଯାଉଛି। ‘ଖରସ୍ରୋତା ଆମ ମା। ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ। ସରକାର ଖରସ୍ରୋତାର ମଧୁର ପାଣି ଭଦ୍ରକ ଜିଲାକୁ ଦେଇ ଆମକୁ ଲୁଣି ପାଣି ଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର କରାଯାଇଛି, ତାକୁ କଦାପି ସାକାର କରିବାକୁ ଦିଆଯିବ ନାହିଁ। ଆମେ ପାଣି ଦବୁନି ନୁହେଁ; ଖରସ୍ରୋତାକୁ ଶୁଖିବାକୁ ଦେବୁ ନାହିଁ ବୋଲି ସଙ୍କଳ୍ପ ନେଇଛୁ ବୋଲି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories