www.samajalive.in
Monday, December 15, 2025
16.1 C
Bhubaneswar

୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କଲା ପାକିସ୍ତାନ

ଇସଲାମାବାଦ : ପାକିସ୍ତାନ ସରକାର ଆର୍ନ୍ତଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଆବଶ୍ୟକତା ଅନୁଯାୟୀ ୮୬୦ଟି ବାଣିଜ୍ୟିକ ପାଇଲଟଙ୍କ ଲାଇସେନ୍ସ ସମୀକ୍ଷା କରିବା ପରେ ୫୦ଜଣ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛନ୍ତି। ଏମାନେ ନକଲି ଲାଇସେନ୍ସ ହାସଲ କରିଥିବା ଦେଶର ନାଗରିକ ବିମାନ ଚଳାଚଳ ପ୍ରାଧିକାରଣ କହିଛି।

ଏ ସମ୍ପର୍କରେ ପାକିସ୍ତାନ ସରକାର ଇସ୍‍ଲାମବାଦ ହାଇକୋର୍ଟକୁ ସୂଚନା ଦେଇଛନ୍ତି। ଲାଇସେନ୍ସ ରଦ୍ଦ ହୋଇଥିବା ପାଇଲଟ୍‍ମାନେ ପାକିସ୍ତାନ ଆର୍ନ୍ତଜାତୀକ ବିମାନ ଉଡାଣ ସଂସ୍ଥା ତଥା ଅନ୍ୟ ଘରୋଇ ଏବଂ ବିଦେଶୀ ବିମାନ ସେବା
ପାଇଁ କାର୍ଯ୍ୟ କରୁଥିଲେ।

- Advertisement -

ମଇ ୨୨ ତାରିଖରେ କରାଚିରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନର ଭୟଙ୍କର ଦୁର୍ଘଟଣା ପରେ ଏହି ନକଲି ଲାଇସେନ୍ସ ମାମଲା ସରକାରଙ୍କ ନିକଟରେ ପହଞ୍ଚିଥିଲା। ଏହି ଦୁର୍ଘଟଣାରେ ୯୭ଜଣଙ୍କର ମୃତ୍ୟୁ ହୋଇଥିଲା ଏହି ଘଟଣା ପରେ ପାକିସ୍ତାନର ବିମାନ ଚଳାଚଳ ମନ୍ତ୍ରୀ ସରୱର ଖାନ ଗଣମାଧ୍ୟମକୁ କହିଥିଲେ ଯେ ଦେଶର ୮୬୦ ସକ୍ରିୟ ପାଇଲଟଙ୍କ ମଧ୍ୟରୁ ୨୬୦ଜଣଙ୍କର ଲାଇସେନ୍ସ ନକଲି କିମ୍ବା ସେମାନେ ଏହି ଲାଇସେନ୍ସକୁ ପରୀକ୍ଷାରେ ନକଲ କରି ଦେଇଛନ୍ତି।

ପାକିସ୍ତାନ ବାହାରେ କାର୍ଯ୍ୟ କରୁଥିବା ପାଇଲଟଙ୍କ ସହ ଅନ୍ୟ ପାଇଲଟଙ୍କ ନାମ ସାର୍ବଜନୀନ କରାଯାଇଥିଲା, ଫଳରେ କୌଣସି ନକାରାତ୍ମକ ଧାରଣାକୁ ଏଡାଇ ଦିଅଯାଇ ପାରିବ । ଡନ୍ ଖବରକାଗଜ ଅନୁଯାୟୀ, ଅଧିକାରୀମାନେ ଇସଲାମାବାଦ ହାଇକୋର୍ଟଙ୍କୁ କହିଛନ୍ତି ଯେ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଆବଶ୍ୟକତା ଅନୁଯାୟୀ ସେମାନେ ୮୬୦ ବାଣିଜ୍ୟିକ ପାଇଲଟଙ୍କ ଲାଇସେନ୍ସ ସମୀକ୍ଷା କରିଛନ୍ତି ଏବଂ ବ୍ୟାପକ ଅନୁସନ୍ଧାନ ପରେ ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories