www.samajalive.in
Monday, December 15, 2025
16.1 C
Bhubaneswar

‘ମାର୍ଥା କ୍ରିକେଟ୍‌ କପ୍‌ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଖୋର୍ଦ୍ଧା କଳିଙ୍ଗ ଟାଇଗର ବିଜୟୀ

ବେଗୁନିଆ: ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଛତ୍ରପଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମାର୍ଥା କ୍ରିକେଟ କପ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟି ସାତ ଦିନ ଧରି ଚାଲିଥିଲାବେଳେ ଏଥିରେ କୁମାରବସ୍ତ, ଯାଆଁଳା, ବଙ୍ଗିଦା, କଲ୍ୟାଣିପୁର, ପାନବରଜ, କାଇପଦର, ଅଟ୍ରି ଓ ଖୋର୍ଦ୍ଧା ଟାଇଗର କ୍ରିକେଟ କ୍ଲବ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍‌ଟି ବଙ୍ଗିଦା ସ୍ପୋର୍ଟସ ଆସୋସିଏସନ ଓ ଖୋର୍ଦ୍ଧା ଟାଇଗର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବଙ୍ଗିଦା ସ୍ପୋର୍ଟସ ଆସୋସିଏସନ ପ୍ରଥମେ ଟସ୍‌ ଜିଣି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୮୮ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଖୋର୍ଦ୍ଧା ଟାଇଗର କ୍ରିକେଟ କ୍ଲବ ୬ ଉଇକେଟ ବିନିମୟରେ ୧୮୯ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଏହି ଖେଳକୁ ମନୋଜ ରଣସିଂହ ଓ ମାନସ ବେହେରା ପରିଚାଳନା କରିଥିଲେ।

ପୁରସ୍କାର ବିତରଣ ସଭାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି, ବ୍ଳକ ଉପାଧ୍ୟକ୍ଷା ତନୁଜା ପାଟଶାଣୀ ମୁଖ୍ୟ ବକ୍ତା, ମେଜର ପବିତ୍ର କୁମାର ପଣ୍ଡା ଓ ସମାଜସେବୀ ଦିବ୍ୟ ସାହୁ ପ୍ରମୁଖ ସମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭିଏସ ଗିରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ବିଜୟୀ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୬ ହଜାର ଟଙ୍କା ସହ ଟ୍ରଫି ଅତିଥି ପ୍ରଦାନ କରାଯାଇଥିଲା। ସଭାରେ ଲିଟୁନା ମାର୍ଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ ରଘୁ ପାଇକରାୟ ସଂଯୋଜନା କରିଥିଲେ। ଶେଷରେ ସମ୍ପାଦକ ଜୟନ୍ତ ମାର୍ଥା ଧନ୍ୟବାଦ ଦେଇଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories