www.samajalive.in
Wednesday, December 10, 2025
23.1 C
Bhubaneswar

ବିଜୁବାବୁ ଓ ନବୀନବାବୁ ଓଡିଶା ପାଇଁ କିଛି କରିନାହାନ୍ତି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ଓଡିଶାର ଛାତ୍ର ସମାଜର ସ୍ୱାର୍ଥ, ଅଧିକାର ଏବଂ ସ୍ୱାଭିମାନ ପାଇଁ ଲଢ଼େଇ ଉଦ୍ଦେଶ୍ୟରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କମ୍ପନ ସମାବେଶ ଆୟୋଜିତ ହୋଇଯାଇଛି ।ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ କମ୍ପନ ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟିର ଓଡିଶା ପ୍ରଭାରୀ ଡ. ଏ. ଚେଲାକୁମାର, ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ନେତା ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଅଭିଭାଷଣ ରଖି କହିଥିଲେ ଯେ ଛାତ୍ର କଂଗ୍ରେସକୁ ରାଜ୍ୟରେ ସୁସଂଗଠିତ ଓ ଏକ ପ୍ରଭାବୀ ସଂଗଠନରେ ପରିଣତ କରାଯିବ । ଯୁବ ବିଜେଡି ସମାବେଶରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ ବିଜୁବାବୁ ଓ ନବୀନବାବୁ ଓଡିଶା ପାଇଁ କିଛି କରିନାହାନ୍ତି । ପାରାଦ୍ୱୀପ ଏବଂ ହାଇୱେ ଏକ୍ସପ୍ରେସ୍ ବିଜୁ ବାବୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲା ବେଳେ ହୋଇଥିଲା । ପରବର୍ତୀ ସମୟରେ ବିଜୁବାବୁ କ୍ଷମତାସୀନ ହୋଇଥିଲେ ମଧ୍ୟ ଓଡିଶାର ବିକାଶ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରିନାହାନ୍ତି । ୨୦ ବର୍ଷର ନବୀନ ପଟ୍ଟନାୟକ ସରକାର ଓଡିଶାକୁ ରସାତଳଗାମୀ କରିଛି । କରୋନା ମୁକାବିଲାରେ ଏ ସରକାର ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦେବେ । ମାତ୍ର ସେ ତାଙ୍କର ପ୍ରତିଶ୍ରୁତି ପାଳନ କରିପାରିନାହାନ୍ତି । ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କାରଖାନା ବା ଶିଳ୍ପ ପ୍ରତିଷ୍ଠା କରିବେ କ’ଣ କଂଗ୍ରେସ ସମୟରେ ପ୍ରତିଷ୍ଠା କରାଯାଇଥିବା ସମସ୍ତ ବୃହତ୍ ଓ ମଧ୍ୟମ ଶିଳ୍ପକୁ ବନ୍ଦ କରିଦେଇଛନ୍ତି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

- Advertisement -

ଏଥି ସହିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ମା’କୁ ସମ୍ମାନ ଦେବା ପାଇଁ ଆହ୍ୱାନ ଦେଇଥିବା ନବୀନ ସରକାର ଅମଳରେ ମାତୃଜାତି ଅଧିକ ଉପେକ୍ଷିତ ଓ ଅତ୍ୟାଚାରିତ । ଶ୍ରୀ ମିଶ୍ର ଛାତ୍ରମାନଙ୍କ ସଂଗଠନ ଉପରେ ଆସ୍ଥା ପ୍ରକଟ କରି କହିଥିଲେ ଯେ ଛାତ୍ର କଂଗ୍ରେସ ଯଦି ସଂଗଠିତ ହୋଇ ଆନ୍ଦୋଳନ କରେ ତେବେ କଂଗ୍ରେସର ପୂର୍ବ ଗୌରବ ଫେରି ଆସିବ । ସେଥିପାଇଁ କିଛି ତ୍ୟାଗ ସ୍ୱୀକାର କରିବାକୁ ପଡିବ ବୋଲି ନରସିଂହ ମିଶ୍ର କହିଥିଲେ ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories