www.samajalive.in
Monday, December 15, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀରରେ ଶେଷ ହେଲା ଡିଡିସି ନିର୍ବାଚନ : ୨୨ରେ ଫଳାଫଳ

ଶ୍ରୀନଗର :  ଜାମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ(ଡିଡିସି) ନିର୍ବାଚନ ଶେଷ ହୋଇଛି। ଶନିବାର ଅଷ୍ଟମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଆଜି ପ୍ରାୟ  ୫୦.୯୮ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି।

ରାଜ୍ୟ ନିର୍ବାଚନ କମିଶନ କେ.କେ ଶର୍ମା ଜାମ୍ମୁଠାରେ କହିଛନ୍ତି, ଜାମ୍ମୁ ଡିଭିଜନରେ ୭୨.୭୧ ପ୍ରତିଶତ ମତଦାନ ହୋଇଥିବା ବେଳେ  କାଶ୍ମୀର ଉପତ୍ୟକାରେ ୨୯.୯୧ ପ୍ରତିଶତ ମତଦାନ ରେକର୍ଡ​‌ କରାଯାଇଛି।  ଜାମ୍ମୁ ଡିଭିଜନରେ ଅଧିକ ସଂଖ୍ୟାରେ ଲୋକମାନେ ଆସି ମତଦାନ କରିଥିବା ଦେଖିବାକୁ ମିଳିଥିଲା। ମୋଟ ୬୪୦୪୪୩ ମତଦାତାଙ୍କ ମଧ୍ୟରୁ ୩୨୧୬୯୪ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି।

- Advertisement -

ଏହି ପର୍ଯ୍ୟାୟ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ୨୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ନିଆଯାଇଛି। ସେଗୁଡ଼ିକ ମଧ୍ୟରେ ୧୩ଟି କାଶ୍ମୀର ଡିଭିଜନରେ ଥିବା ବେଳେ ୧୫ଟି ଜାମ୍ମୁ ଡିଭିଜନରେ ରହିଛି। ମୋଟ୍‍ ୧୬୮ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨୨ ଜଣ ପୁରୁଷ ଥିବାବେଳେ ୪୬ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଏଥିପାଇଁ
ମୋଟ୍‍ ୧ ହଜାର ୭୦୩ଟି ଭୋଟ୍‍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଥିଲା।

ଆସନ୍ତା ୨୨ ତାରିଖରେ ଭୋଟ ଗଣନା ସହିତ ଫଳାଫଳ ଘୋଷରା କରାଯିବ।

 

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories