www.samajalive.in
Saturday, December 6, 2025
19.1 C
Bhubaneswar

ସୋନିଆଙ୍କ ସହ ବୈଠକରେ ଯୋଗଦେଲେ ଅସନ୍ତୁଷ୍ଟ ନେତା : ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଯାଉ

ନୂଆଦିଲ୍ଳୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ୧୦ ଜନପଥରେ ତାଙ୍କ ବାସଭବନରେ ବରିଷ୍ଠ ନେତାଙ୍କ ସହ ଆଲୋଚନା ଶେଷ ହୋଇଛି। ବର୍ତ୍ତମାନ ସମୟରେ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଦଳର ଅଧ୍ୟକ୍ଷ କରିବାକୁ ଏହି ବେଠକରେ ଦାବି କରାଯାଇଥିଲା। ଏ ସଂପର୍କରେ ପୱନ ବଂଶଲ କହିଛନ୍ତି ଯେ ଏହି ସଭାରେ ସୋନିଆ ଗାନ୍ଧୀ ଦଳକୁ ଏକ ବଡ ପରିବାର ବୋଲି ବର୍ଣ୍ଣନା କରିଛନ୍ତି। କଂଗ୍ରେସକୁ ସୁଦୃଢ କରିବା ପାଇଁ କାର୍ୟ୍ୟ କରିବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଦଳରେ କୌଣସି ପ୍ରକାରର ମତଭେଦ ନାହିଁ ବୋଲି ବଂଶଲ କହିଛନ୍ତି। ଦଳକୁ ଶକ୍ତି ଦେବା ପାଇଁ ସମସ୍ତେ ମିଳିତ ଭାବରେ କାର୍ୟ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

କଂଗ୍ରେସରେ ଖୁବ ଶୀଘ୍ର ସଭାପତିଙ୍କ ସମେତ ସଂଗଠନିକ ନିର୍ବାଚନ ନେଇ ତତ୍ପରତା ମଧ୍ୟରେ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ବରିଷ୍ଠ ନେତାଙ୍କ ସମେତ ଅସନ୍ତୁଷ୍ଟ ନେତାଙ୍କ ସହ  ଏକ ବୈଠକ କରିଥିଲେ। ବୈଠକ ଅସନ୍ତୁଷ୍ଟଙ୍କୁ ମନାଇବା ସହିତ ଦଳକୁ ମଜବୁତ କରିବାର ରଣନୀତି ଉପରେ ଆଲୋଚନା କରାଯାଇଥିଲା।

- Advertisement -

କଂଗ୍ରେସରେ ଖୁବ ଶୀଘ୍ର ସଭାପତିଙ୍କ ସମେତ ସଂଗଠନିକ ନିର୍ବାଚନ ନେଇ ତତ୍ପରତା ମଧ୍ୟରେ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ବରିଷ୍ଠ ନେତାଙ୍କ ସମେତ ଅସନ୍ତୁଷ୍ଟ ନେତାଙ୍କ ସହ  ଏକ ବୈଠକ କରିଥିଲେ। ବୈଠକ ଅସନ୍ତୁଷ୍ଟଙ୍କୁ ମନାଇବା ସହିତ ଦଳକୁ ମଜବୁତ କରିବାର ରଣନୀତି ଉପରେ ଆଲୋଚନା କରାଯାଇଥିଲା।

୧୦ ଜନପଥରେ ହୋଇଥିବା ବୈଠକ ପରେ ପୱନ କୁମାର ବଂଶଲ କହିଛନ୍ତି ଯେ କଂଗ୍ରେସର ରଣନୀତିକ ବୈଠକରେ ଏକ ସକରାତ୍ମକ ଆଲୋଚନା ହୋଇଛି । ସବୁ ସ୍ତରରେ ଦଳକୁ କିପରି ମଜବୁତ କରାଯିବ ସେନେଇ ନେତାମାନେ ଆଲୋଚନା ଥିଲେ। କଂଗ୍ରେସରେ କୌଣସି ମତଭେଦ ନାହିଁ, ସମସ୍ତେ ଦଳକୁ ଏକଜୁଟ କରିବା ତଥା ଶକ୍ତିଶାଳୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେ କହିଲେ ଯେ, ଯେ ସୋନିଆ ଗାନ୍ଧୀ କହିଛନ୍ତି ଯେ ଆମେ ସମସ୍ତେ ଗୋଟିଏ ବଡ଼ ପରିବାର ଏବଂ ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବା ଉଚିତ।

ବୈଠକରେ ଯୋଗ ଦେଇଥିଲେ ଏହି ନେତା

ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ପି. ଚିଦମ୍ବରମ୍, ଅଶୋକ ଗେହଲୋଟ୍, ଅମ୍ବିକା ସୋନୀ, ଭୁପେନ୍ଦ୍ର ସିଂହ ହୁଡାଙ୍କ ପରି କଂଗ୍ରେସ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲଙ୍କ ପରି ୨୩ ନେତା ଚଳିତ ବର୍ଷ ଅଗଷ୍ଟରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳର କାର୍ଯ୍ୟଧାରା ଉପରେ ଗୁରୁତର ପ୍ରଶ୍ନ ଉଠାଇଥିଲେ। ତେବେ ବୈଠକ ପରେ ଏହି ଜି-୨୩ ସହ ଜଡିତ ନେତାଙ୍କ ତରଫରୁ ତତ୍କାଳ କୌଣସି ବିବୃତ୍ତି ଦିଆଯାଇ ନାହିଁ।

ପୁନର୍ବାର ରାହୁଲ ହୋଇପାରନ୍ତି ଅଧ୍ୟକ୍ଷ

ଏହି ବୈଠକରେ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ  ଭାବେ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଥିଲା। ଶେଷରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦଳ ଯାହା ଦାୟିତ୍ୱ ଦେବ, ମୁଁ ତାହା ଗ୍ରହଣ କରିବି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories